ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ସ୍ୱର୍ଗତଃ ବିନାୟକ ଆଚାର୍ଯ୍ୟଙ୍କ ୧୦୩ତମ ଜନ୍ମ ଜୟନ୍ତୀ ପାଳିତ ।

0
230

ବ୍ରହ୍ମପୁର ,୩୦/୦୮/୨୦୨୧ : ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟ ଓ ଵ୍ରହ୍ମପୁର ନଗର କଂଗ୍ରେସର ମିଳିତ ଆନୁକୂଲ୍ୟରେ ଆଜି ସୋମବାର ସନ୍ଧ୍ୟା ପବିତ୍ର ଜନ୍ମାଷ୍ଟମୀ ତିଥିରେ ଓଡ଼ିଶାର ପୂର୍ବତନ ଆଦର୍ଶ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ବାଗ୍ମୀ ପୁରୁଷ ସ୍ବର୍ଗତ ବିନାୟକ ଆଚାର୍ଯ୍ୟଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ଉତ୍ସାହର ସହ ପାଳିତ ହୋଇଅଛି । ବ୍ରହ୍ମପୁର ବାପୁଜୀ ଆଶ୍ରମ ପରିସର କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା , ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଏବଂ ଅଖିଳ ଭାରତୀୟ କୃଷକ କଂଗ୍ରେସର ଯୁଗ୍ମ ସଂଯୋଜକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ପଟ୍ଟନାୟକ ଅଂଶ ଗ୍ରହଣ କରି ଉତ୍ସବକୁ ରୁଦ୍ଧିମନ୍ତ କରିଥିଲେ । ଟ୍ରଷ୍ଟ ସଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦେବରାଜ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ଶିବପ୍ରସାଦ ମିଶ୍ର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଵ୍ରହ୍ମପୁର ନଗର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସୁଜୟ କୁମାର ଆଚାର୍ଯ୍ୟ, ସ୍ବର୍ଗୀୟ ବିନାୟକ ଆଚାର୍ଯ୍ୟଙ୍କ ସାନ ପୁଅ ଶ୍ରୀଯୁକ୍ତ ଶିଶିର କୁମାର ଆଚାର୍ଯ୍ୟ , ଗଞ୍ଜାମ ଜିଲ୍ଲା କଂଗ୍ରେସ ଆଇନ ସେଲର ମୁଖ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର ଦେଓ , ସେବାଦଳର ମୁଖ୍ୟ କିଶୋର କାପୁର , ସାଧାରଣ ସମ୍ପାଦିକା ଶ୍ରୀମତି ବନଜା ପଣ୍ଡା , ଦିଗପହଣ୍ଡିର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଫୁଲ କୁମାର ପଣ୍ଡା , ଉପସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସାହୁ , ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିକାଶ କୁମାର ପଶୁପାଳକ , ଜିଲ୍ଲା କଂଗ୍ରେସର ସମ୍ପାଦକ ଶ୍ରୀଯୁକ୍ତ କେ କୁନା , ସମ୍ପାଦିକା ଶ୍ରୀମତି ଗୀତାଞ୍ଜଳି ସାହୁ , ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଅବନୀ ସାହୁ , ଵ୍ରହ୍ମପୁର ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ମୁଖ୍ୟ ଶ୍ରୀ ସିଦ୍ଧାନ୍ତ କୁମାର ସାହୁ , ଜିଲ୍ଲା କଂଗ୍ରେସର ଉପସଭାପତି ଶ୍ରୀଯୁକ୍ତ ମହେଶ୍ୱର ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ଦଣ୍ଡ ପାତ୍ର ପ୍ରମୁଖଙ୍କ ସମେତ ସହର ତଥା ଜିଲ୍ଲାର ବହୁ କଂଗ୍ରେସ ପ୍ରେମୀ ବୁଦ୍ଧିଜୀବୀ ମଣ୍ଡଳୀ ଅଂଶଗ୍ରହଣ କରି ମହାନ୍ ପୁରୁଷ ବିନାୟକ ବାବୁଙ୍କ ନିରାଡମ୍ବର କର୍ମମୟ ଜୀବନର ଆଦର୍ଶ , କର୍ତ୍ତବ୍ୟ ନିଷ୍ଠତା ତଥା ସ୍ପଷ୍ଟବାଦୀତାକୁ ନେଇ ସ୍ମୃତିଚାରଣ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here