ବ୍ରହ୍ମପୁର ରକ୍ତ ଭଣ୍ଡାର ଓ ସବୁଜ ବାହିନୀର ମିଳିତ ଉଦ୍ୟମରେ “ଆସନ୍ତୁ ଗଡ଼ିବା ରକ୍ତ ସଂପର୍କ” ତରଫରୁ ପ୍ରଥମ ଥର ପାଇଁ SDP(ସିଙ୍ଗଲ୍ ଡନର୍ ପେଟ୍ ଲେଟ୍) କ୍ୟାମ୍ପ ଆରମ୍ଭ୍।

0
158

ବ୍ରହ୍ମପୁର,୩୦/୦୮/୨୦୨୧:
ଡେ଼ଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ପେଟ୍ ଲେଟ୍ ର ଆବଶ୍ୟକତା ପଡ଼ୁଥିବାରୁ ଏହାର ଅଭାବ ପରିଲକ୍ଷିତ ହେଉଛି, ଏହାକୁ ଦୂର କରିବା ପାଇଁ ଆଗେଇ ଆସିଛିନ୍ତି ।ବ୍ରହ୍ମପୁର ସବୁଜ ବାହୀନି କର୍ମକର୍ତ୍ତା ମାନେ ଆଗରୁ “ଆସନ୍ତୁ ଗଡ଼ିବା ରକ୍ତ ସଂପର୍କ” ନାମକ ଇଣ୍ଡର୍ ବ୍ଲଡ କ୍ୟାମ୍ପ ଜରିଆରେ ରକ୍ତ ଦାତା ମାନେ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରୁଥିବା ବେଳେ ଏବେ ପ୍ରଥମ ଥର ପାଈଁ ରକ୍ତ ଦାତା ମାନେ ରକ୍ତ ଭଣ୍ଡରକୁ ଆସି (SDP) ପ୍ରକ୍ରିୟା ସାହାଯ୍ୟ ରେ ପେଟ୍ ଲେଟ୍ ଦାନ କରୁଛନ୍ତି।ଏହି ପକ୍ରୀୟା ଦ୍ଵାରା ଅଧିକରୁ ଅଧିକ ପେଟ୍ ଲେଟ୍ ସଂଗ୍ରହ କରା ଯାଇ ଡେଙ୍ଗୁ ରୋଗୀ ମାନଙ୍କ ସୁସ୍ତ କରାଯାଇପାରିବ।ଗୋଟିଏ ୟୁନିଟ୍ (SDP) ପେଟ୍ ଲେଟ୍ ଦ୍ଵାରା ଗୋଟିଏ ରୋଗୀ ସୁସ୍ଥ ହୋଇ ପାରିବେ ଆଗରୁ ଗୋଟିଏ ରୋଗୀ କୁ ତିନିଟି ରୁ ଚାରଟି ୟୁନିଟ୍ ପେଟ୍ ଲେଟ୍ ଆବଶ୍ୟକ ପଡୁଥିବା ବେଳେ (SDP) ପକ୍ରୀୟା ଦ୍ଵାରା ଗୋଟିଏ ରୋଗୀ କୁ ଗୋଟିଏ ୟୁନିଟ୍ ପେଟ୍ ଲେଟ୍ ର ରୋଗୀକୁ ସୁସ୍ଥ କରାଯାଇ ପାରିବ ଯାହାଦ୍ଵାରା ଅଧିକ ରୋଗୀଙ୍କୁ ଯୋଗାଇ ଦିଆଯାଇପାରିବ।
ଏଥିରେ ବ୍ଲଡ ବ୍ୟାଙ୍କ୍ ର ଆସୋସିଏଟ ପ୍ରୋଫେସର ଡ଼ା ସବିତା ପୋଲେଇ , ଡ଼ା ରଶ୍ମିତା ପାଣିଗ୍ରାହୀ, ଷ୍ଟାଫ୍ ନର୍ସ ସୁଜାତା ରାଉଳ ସୋହଯଗ କରିଥିବା ବେଳେ, ଆଜି ପ୍ରଥମ ଦିନରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହି, ଉପ ସଭାପତି ଦୀପକ୍ କୁମାର ପାତ୍ର, ବିଷ୍ଣୁ ପ୍ରସାଦ ଦାସ, ରାକେଶ କୁମାର ବିଶୋଇ ପେଟ୍ ଲେଟ୍ ଦାନ କରିଥିଲେ

LEAVE A REPLY

Please enter your comment!
Please enter your name here