ଟ୍ରେନ ଧକ୍କାରେ ୩ ମୃତ୍ୟୁ, ୪ ବର୍ତ୍ତିଲେ

0
219

ବ୍ରହ୍ମପୁର,୩୦/୦୮/୨୦୨୧: ବ୍ରହ୍ମପୁର ରେଳଷ୍ଟେସନ ଆଡ଼କୁ ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରେନ୍। ବିଶାଖାପାଟନମ୍ ଓ ଟାଟା ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନଟି ଧକ୍କା ଦେଇଥିବା ସୁଚନା ମିଳୁଥିବା ବେଳେ ମୃତକ ମାନେ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ଜାତୀୟ ରାଜପଥ ହଳଦୀଆପଦର ଓଭର ବ୍ରିଜରେ ଦୈନିକ ମଜୁରିଆ ଭାବେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି।ଖବର ପାଇ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଟ୍ରେନ ଧକ୍କାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି। ରବିବାର ରାତି ପ୍ରାୟ ୧୧ଟା ୩୮ସମୟରେ ବିଶାଖା-ଟାଟା ନଗର ଡାଉନ ଟ୍ରେନ(ନଂ ୦୮୫୭୨) ଧକ୍କାରେ ଦୁର୍ଘଟଣା ଘଟିଥିଲା। ରେଳ ଧାରଣାରେ ଯାଉଥିବା ୭ଜଣ ଶ୍ରମିକଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ମାନଙ୍କ ମଧ୍ୟରେ ଲୋକେଶ୍ୱର୍ (୩୦) ଯୋଗେଶ୍ୱର କେୱାଟ(୫୫) ଲକନୁ (୨୪)ସମସ୍ତେ ଛତିଶଗଡ଼ ରାଜ୍ୟ ତଥା ବିଳାସ ପୁର ଅଞ୍ଚଳର ବେଦପ୍ରସାଦ ଗ୍ରାମର ବୋଲି ଜଣାପଡିଛି। ଯୋଗେଶ୍ୱର ଆଉ ଲକନୁ ଦୁହେଁ ବାପାପୁଅ ବୋଲି ଜଣାପଡ଼ିଛି।ଘଟଣା ସମୟରେ ଲେବୁଲ କ୍ରସିଂ ଗେଟରେ କାର୍ଯ୍ୟରତ ରେଳ କର୍ମଚାରୀ ଅନ୍ୟ ୪ଜଣଙ୍କୁ ଅଟକାଇଥିଲେ। ବ୍ରହ୍ମପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ଟି ଯାକ ଶବକୁ ଜବତ କରି ତଦନ୍ତ କରୁଛି। ପରିବାରଙ୍କୁ ଜଣାଯାଇଛି ଏବଂ
ଶବକୁ ପରିବାରର ସଦସ୍ୟ ଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ କରୁଥିବା ଏଏସଆଇ ଆରତୀ ରାଣୀ ପୋଦାର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here