ଖଣ୍ଡଦେଉଳିରେ ଜନ୍ମାଷ୍ଟମୀ ପାଳିତ

0
610

ବ୍ରହ୍ମପୁର ,୩୧/୦୮/୨୦୨୧:
ଲୀଳାମୟ ପୁରୁଷ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଉଥିବା ଅବସରରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରୀ ପଞ୍ଚାୟତ ଖଣ୍ଡଦେଉଳି ଗ୍ରାମରେ ବିଜେ ଶ୍ରୀ ଶ୍ରୀ ଶ୍ରୀ ଗୋପାଳଜୀଉ ରାଧାକୃଷ୍ଣ ମଠ ପରିସରରେ ଏହି ଜନ୍ମାଷ୍ଟମୀ ଉତ୍ସବକୁ ମହାସମାରୋହରେ ପାଳନ କରାଯାଇଅଛି । ନିୟମିତ ଧାରାରେ ପାଳିତ ହେଉଥିବା ଏହି ହିନ୍ଦୁ ଧର୍ମର ପବିତ୍ର ଉତ୍ସବ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ଅଞ୍ଚଳ କୃଷ୍ଣବିଶ୍ୱାସୀ ଯୋଗ ଦେଇ ବିଭୁ ବନ୍ଦନା ସହିତ ଜନ୍ମାଷ୍ଟମୀ ପାଳନ କରିଥିଲେ ।ଏଥି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଅଖଣ୍ଡ ଦୀପ ପ୍ରଜ୍ବଳନ ନାମ ସଂକୀର୍ତନ ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା । ରୀତି ପୂର୍ବକ ପୂଜାବିଧି କାର୍ଯ୍ୟ ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମର ମହାନ ଗାଥାକୁ ନେଇ ଶ୍ରୀ ପ୍ରତାପ ଚନ୍ଦ୍ର ହୋତା କୃଷ୍ଣ ବିଶ୍ୱାସୀଙ୍କୁ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ପରିଶେଷରେ ଗାୟକ ଶ୍ରୀ ବିପିନ ବିହାରୀ ଦାସ ଓ ସାଥି ଶ୍ରୀ ପ୍ରକାଶ ମିଶ୍ରଙ୍କ ଦ୍ୱାରା ଦାସକାଠି ନାଚ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସିଙ୍ଗିପୁର ଗ୍ରାମର ସୀମାଞ୍ଚଳ ସାହୁ ଓ ବଳରାମ ବେହେରା , ଶିବରାମ ବେହେରାଙ୍କୁ ମନ୍ଦିର କମିଟି ତରଫରୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭରେ ଗ୍ରାମବାସୀଙ୍କ ସହଯୋଗ ସହ ପବିତ୍ର ମୋହନ ପ୍ରଧାନ,ବିଜୟ କୁମାର ପ୍ରଧାନ , ପ୍ରବଣ କୁମାର ପାତ୍ର,ମୋଚିଆ ପ୍ରଧାନ , ଗଣେଶ ଗୌଡ଼ , ରାଧାମୋହନ ବିଷୋୟୀ , ତ୍ରିପତି ଚନ୍ଦ୍ର ପ୍ରଧାନ , ଦଣ୍ଡପାଣି ଆଚାରି , ସୀମାଞ୍ଚଳ ଗୌଡ଼ , ଟୁନା ଗୌଡ଼ , ନାରାୟଣ ମଣ୍ଡଳ , ଅମର ନାୟକ , ଶିବରାମ ବେହେରା , ଅକ୍ଷୟ ଜେନା , ଵିଜୟ ମଣ୍ଡଳ , ମନୋଜ କୁମାର ମଣ୍ଡଳ, ପ୍ରମୁଖଙ୍କ ସହ ଗ୍ରାମ ଯୁବଗୋଷ୍ଠି ଓ ସ୍ଥାନୀୟ ଅଞ୍ଚଳର ଭାଗବତ ପ୍ରେମୀ ଭକ୍ତମଣ୍ଡଳୀ ଉପସ୍ଥିତ ରହି ଜନ୍ମାଷ୍ଟମୀ ପାଳନ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here