ବ୍ରହ୍ମପୁର,୩୧/୦୮/୨୦୨୧ (ବ୍ୟୁରୋ ରିପୋର୍ଟ)-: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡ଼ି ପଞ୍ଚାୟତ ର ସରପଞ୍ଚ ନୀଳାଞ୍ଚଳ ପାଢ଼ୀ ଆଜି ଟୀକାକରଣ କୁ ନେଇ ସିଅଳ ସାହିର ପ୍ରମୋଦ କୁମାର ବେହେରା ଙ୍କୁ ତାଙ୍କ ଘରେପଶି ଜାତିଆଣ ଭେଦ କୁ ନେଇ ଗାଳି ଗୁଲଜ କରିବା ସହ ମରଣାତ୍ମକ ଆକ୍ରମଣ କରିଥିବା ନେଇ କୋଦଳା ଥାନାରେ ଅଭିଯୋଗ ହୋଇଛି l ଏତଲାରେ ଦର୍ଶାଯାଇଛି କି ଆଜି ବେରୁଆଁବାଡ଼ିରେ ଦିନ ଦଶ ଘଣ୍ଟ ସମୟରେ ଟିକା ଦେବାପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା କିନ୍ତୁ ସେଇ ସମୟ ପୂର୍ବରୁ ସମସ୍ତ ଟୋକେନ ଅନ୍ୟ ଲୋକମାନଙ୍କୁ ଦିଆ ସରିଥିଲା ଏହା ପରେ କିଛି ଲୋକେ ଆସି ସରପଞ୍ଚ ଙ୍କୁ ପଚାରି ଥିଲେ କିନ୍ତୁ ସରପଞ୍ଚ ଦିଆଯିବ କହି ଜଗିଥାଅ ବୋଲି କହିଥିଲେ l ପ୍ରମୋଦ ନିଜ ଗ୍ରାମରେ ଥିବା କୋଠଘର ବାରଣ୍ଡାରେ ବସିଥିବା ସମୟରେ ସରପଞ୍ଚ ସେଠାକୁ ଆସି ଗାଳିଗୁରଜ କରିବା ସହ ପ୍ରମୋଦ ର ଘରକୁ ଡାକି ନେଇ ମାଡମାରିବା ସହ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ସେଠାରୁ ପଳେଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଗ୍ରାମର କିଛି ଲୋକ ତାଙ୍କୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିବା ପରେ କୋଦଳା ଥାନା ରେ ଏନେଇ ଏକ ଏତଲା ଦେଇଥିଲେ l ସେଇପଟେ ସରପଞ୍ଚ ଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ ମଧ୍ଯ ସରପଞ୍ଚ ଶ୍ରୀ ପାଢୀ ଫୋନ୍ ରିସିଭ୍ କରିନଥିଲେ । ଏ ନେଇ ସରପଞ୍ଚ ମଧ୍ୟ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି l ଅନ୍ୟପଟେ ଗ୍ରାମର ଲୋକେ ସରପଞ୍ଚ ଙ୍କ ଗୁଣ୍ଡା ରାଜ କୁ ତିବ୍ର ନିନ୍ଦା କରିଛନ୍ତି । ଦେଖାଯାଉ ଆଗକୁ ଘଟଣା କେଉଁ ମୋଡ଼ ନେଉଛୁ ତାହା ଦେଖିବାକୁ ବାକି ରହିଲା ।