ପାଟପୁର ପୋଲିସର ଗଞ୍ଜେଇ ତନାଘନାରେ ସଫଳତା । ଖପରାଗଣ୍ଡରୁ ତିନି ଟନରୁ ଉର୍ଦ୍ଧ ୮୦ ବସ୍ତା ଗଞ୍ଜେଇ ସହ ପ୍ୟାକିଂ ସାମଗ୍ରୀ ଜବତ ଘଟଣାର ମୁଖ୍ୟ ଆସାମୀ କଂସାମାରୀରୁ ଗିରଫ ।

0
526

ବ୍ରହ୍ମପୁର, ୩୧/୦୮/୨୦୨୧: ଦୁଇମାସ ତଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପକ୍ଷରୁ ତପ୍ତପାଣି ନିକଟ ଖପରାଗଣ୍ଡ ଗ୍ରାମରେ ଏକ ଘରକୁ ଅତର୍କିତ ଚଢ଼ାଉ କରି ଏକ ମେଗା ଗଞ୍ଜେଇ ଚାଲାଣ ସଂସ୍ଥାକୁ ଜବତ କରିଥିନା ଖବର ଜିଲ୍ଲାରେ ଆଲୋଚ୍ୟ ଘଟଣା ହୋଇଥିଲା । ଚଢ଼ାଉରେ ଜବତ ହୋଇଥିବା ସ୍ବତନ୍ତ୍ର ଜରି ପ୍ୟାକିଙ୍ଗ ଅଶିଏ ବସ୍ତା ଅଞ୍ଜେଇର ପରିମାଣ ୩୧୫୬ କେଜି ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ଦୁଇକୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବାନେଇ ଆକଳନ କରାଯାଇଥିଲା । ଏଥିସହ ପ୍ୟକିଂ ପାଇଁ ବ୍ୟବହୃତ ସ୍ଵତନ୍ତ୍ର ଧରଣର ମେସିନକୁ ମଧ୍ୟ ପୋଲିସ ଜବତ କରିଥିଲା । ଏହି ଘଟଣାରେ ସଂପୃକ୍ତ ଘର ମାଲିକ ସନ୍ତୋଷ ମଲିକକୁ ପୋଲିସ ଗିରଫ କରି ଥାନା କେସ ନଂ ୨୧୩/୨୧ ପ୍ରକାରେ ମାମଲାରେ ଧାରା ୟୁ/ଏସ ୨୦ (ବି )୧୧ ( ସି )୧୨୫/୧୨୯ ଏନ୍ ଡିପିଏସ ଆକ୍ଟ ରେ କୋର୍ଟ ଚାଲାଣ କରି ଅନୁସନ୍ଧାନ ଜାରି ରଖିଥିଲା ।

ଗିରଫ ଅଭିଯୁକ୍ତ ସନ୍ତୋଷ ମଲିକର ବୟାନ ଭିତ୍ତିରେ ପୋଲିସ୍ ତଦନ୍ତରେ ସଫଳତା ପାଇବା ସହିତ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ କଂସାମାରୀର ଶିବ ଶଙ୍କର ଦୋରା ଓରଫ ପାଣ୍ଡାକୁ ଧରିବାରେ ସଫଳ ହୋଇଅଛି । ଜିଲ୍ଲାର ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ କଂସାମାରୀ ଗ୍ରାମ ନିଜଘରୁ ପାଣ୍ଡାକୁ ପୋଲିସ ଉଠାଇବା ସହିତ ତଦନ୍ତର ଦିଗକୁ ନେଇ ତନାଘନା କରିଅଛି । ସୂଚନା ପ୍ରକାରେ ଗଞ୍ଜେଇ ମାଫିଆ ଭାବେ ଖ୍ୟାତ ଶିବଶଙ୍କର ଗଞ୍ଜାମ ଗଜପତି ରାୟଗଡା ଜିଲ୍ଲାରୁ ଅଞ୍ଜେଇ ସଂଗ୍ରହ କରି ଖାପରାଗଣ୍ଡ ଗୋଦାମରେ ପ୍ୟାକିଙ୍ଗ କରି ପୁରୀ ,କଟକ , ଭୁବନେଶ୍ୱର ସହିତ ସୁଦୂର ସୁରାଟ ,କଲିକତା ଆଦି ଜାଗାକୁ ନିର୍ଦ୍ଧିଷ୍ଟ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ସ୍ବୀକାର କରିଥିଲା । ପୋଲିସ ଅଧିକାରୀଙ୍କୁ ଚକମା ଦେଇ ସୁଚିନ୍ତିତ ଉପାୟରେ ନିଜ ବ୍ୟବସାୟରେ ଆଧିପତ୍ୟକୁ ନେଇ ସ୍ବୀକାର କରିଥିବା ଥାନା ପକ୍ଷରୁ ସୂଚନା ମିଳିଅଛି । ଏଥି ନେଇ ଥାନାରେ ଥିବା ପୂର୍ବ ମାମଲା ୨୧୩/୨୦୨୧ର ଧାରା ପ୍ରକାରେ ଅଭିଯୁକ୍ତକୁ ବ୍ରହ୍ମପୁର ଦୌରାଜର୍ଜଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା ବେଳେ ଜାମିନ ନାମଞ୍ଜୁର କାରଣରୁ ଜେଲ ହାଜତକୁ ପଠାଯାଇଥିବା ସୂଚନା ରହିଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here