ବ୍ରହ୍ମପୁର,୩୧/୦୮/୨୦୨୧: ଗୋଳନ୍ଥରା ରେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଯୋଗୁଁ କୌଣସି ପ୍ରକାର ଅଘଟଣ ଘଟିବା ଅସମ୍ଭବ ନାହିଁ । କୌଣସି ଲୋକ ଆଘାତ ନହେବା ପର୍ଯ୍ୟନ୍ତ ଚେତା ପଶିବ ନାହିଁ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳି ନଥିବାରୁ ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହିପରି ଦେଖାଦେଇଛି ଗୋଳନ୍ଥରା ସବଷ୍ଟେସନ ଅଧିନରେ ଗୋଳନ୍ଥରା ଗାଁ ବ୍ରାହ୍ମଣ ସାହିର ମଝି ଦାଣ୍ଡରେ ଲୁହା ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ। ଦୀର୍ଘ ୪୦ ବର୍ଷର ଲୁହାଖୁଣ୍ଟ ରେ କଳଙ୍କି ସୃଷ୍ଟି ହେବା ଫଳରେ ମୂଳରୁ ଖାଇ ଯାଇଛି। କୋଉ ସମୟରେ ଘର ଉପରେ କିମ୍ବା ଗାଁ ଦାଣ୍ଡରେ ପଡ଼ିଯିବ ସାହି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ଅବଗତ କରିଲେ ମଧ୍ୟ କର୍ଣ୍ଣପାତ କରିନଥିବା ଜିଲ୍ଲାପରିଷଦ ସଭ୍ୟ ବିନୋଦଚନ୍ଦ୍ର ମିଶ୍ର ଅଭିଯୋଗ କରିଛନ୍ତି । ତୁରନ୍ତ ଏହାକୁ ହଟାଇ ସିମେଣ୍ଟ ପୋଲ ଲଗାଇବା ଆବଶ୍ୟକତା ରହିଛି। କେବଳ ଘରୋଇ ସର୍ଭିସ୍ ଲାଇନ୍ ଯୋଗୁଁ ଲୁହାଖୁଣ୍ଟ ଟି ଝୁଲି ରହିଛି। ବାତ୍ୟା ପବନ ଆସିଲେ ଦୋହଲି ଥିବା ଜଣାପଡ଼ୁଛି। ଯଦି ନୂଆ ବିଦ୍ୟୁଇ ଖୁଣ୍ଟ ନଲଗାଇଲେ ବିଦ୍ୟୁତ୍ ବିଲ୍ ଦେୟ କରିବୁ ନାହିଁ ବୋଲି ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି।