ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ, ୧୬ ଗିରଫ

0
207

ବ୍ରହ୍ମପୁର, ୦୨/୦୯/୨୧ ଅବକାରୀ କମିଶନର ଆଶିଷ ସିଂ ଙ୍କ ନିର୍ଦ୍ଦେଶ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା ଆଦେଶ ପ୍ରକାରେ ଦୁଇ ଦିନରେ ୬୨୫ ଲିଟର ମଦ ଜବତ କରିବା ସହ ୧୬ ଜଣଙ୍କୁ ଗିରଫ କରାଯାଇଛି। ବୁଧବାର ଦିନ ଭଞ୍ଜନଗର ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ଚଢ଼ାଉରେ ୧୪୮ ଲିଟର ଦେଶୀ ରନ୍ଧା ମଦ ଜବତ ହେବା ସହ ୨୫୫୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରି ୩ ଜଣ ମହିଳା ଓ ୫ ଜଣ ପୁରୁଷ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେହିପରି ମଙ୍ଗଳବାର ଦିନ ସୋରଡା ତହସିଲର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ୪୭୭ ଲିଟର ରନ୍ଧା ମଦ ଜବତ କରିବା ସହ ୪୧୫୦ ଲିଟର ପୋଚ ନଷ୍ଟ କରି ୫ ଜଣ ମହିଳା ଓ ୩ ଜଣ ପୁରୁଷ ଙ୍କୁ ଗିରଫ କରାଯାଇଛି। ଦୁଇ ଦନରେ ଉଭୟ ତହସିଲରୁ ଗିରଫ ୮ ମହିଳା ଓ ୮ ପୁରୁଷ ମୋଟ ୧୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭଞ୍ଜନଗରରେ ତହସିଲଦାର ଆଲୋକ କୁମାର ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ବହନ କରି କଷାକେନ୍ଦୁ, ଗୁଡିପଲ୍ଲୀ, ବେରୁଆବାଡି, ଶୋରିଷ ମୁଳି, ନାରୀଗୁଛା, ଖୁଡୁଗୁଛା ପ୍ରଭୃତି ଗ୍ରାମରେ ଚଢ଼ାଉ କରି ୯ ଗୋଟି ମାମଲା ରୁଜୁ କରାଯାଇଛି। ତାରାସିଙ୍ଗି ପୋଲିସ ଥାନା ଆଇଆଇସି ପ୍ରଦୀପ କୁମାର ଦାସ, ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରା, ଭଞ୍ଜନଗର ଅବକାରୀ ଓଆଇସି ରମ୍ଭା ବାଗ ପ୍ରମୁଖ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ। ସେହିପରି ସୋରଡ଼ା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ପରିଚାଳନା କରିଥିବା ବେଳେ ଜୟ ସିଂ, ଲାଉଖଲ, ବାଦୁଆ, ବଡ ବଦାଙ୍ଗି, ଅମୁରତୁଲା, ବଡ ପାଣସାହି ଓ ସାନ ପାଣସାହି ଗ୍ରାମରେ ଚଢ଼ାଉ କରାଯାଇ ୯ ଗୋଟି ମାମଲା ରୁଜୁ କରାଯାଇଛି । ଚଢ଼ାଉ କାର୍ଯ୍ୟକ୍ରମରେ ଆସିକା ଅବକାରୀ ଆଇଆଇସି ଧୀରେନ କୁମାର ବେହେରା, ସୋରଡ଼ା ଅବକାରୀ ଓଆଇସି ପ୍ରଦୀପ କୁମାର ମହାନ୍ତି, ଅବକାରୀ ଗୁଇନ୍ଦା ବିଭାଗ ଏସଆଇ ସୁଦର୍ଶନ ବିଷୋୟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉଭୟ ଚଢ଼ାଉରେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here