ଅବକାରୀ ଓ ପୋଲିସ ର ମିଳିତ ଚଢ଼ାଉ : ୪ ଗିରଫ

0
551

ବ୍ରହ୍ମପୁର,୦ ୩/୦୯/୨୦୨୧: ଅବକାରୀ କମିଶନର ଆଶିଷ ସିଂ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦ୍ଦେଶ ପ୍ରକାରେ ସେପ୍ଟେମ୍ବର ୦୨ ତାରିଖ ଦିନ ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ଚଢ଼ାଉରେ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ପୋଚ ଜବତ ହେବା ସହ ୪ ଜଣ ଗିରଫ ହୋଇଥିବା ଜଣାପଡିଛି। ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ଭଞ୍ଜନଗର ପୋଲିସ ସହାୟତାରେ ଭଞ୍ଜନଗର ପୋଲିସ ଥାନା ଅନ୍ତର୍ଗତ ନାହାତୋଟା ସାହି, ବଡ଼ ମରାଟୀ ସାହି,ବିରିପଦର, ମୁଜାଗଡ, ଭାଲୁଗାଡ଼ିଆ ଓ ନନ୍ଦିନୀ ପଲ୍ଲୀ ଗ୍ରାମରେ ଚଢ଼ାଉ କରି ୨୫୦ ଲିଟର ଦେଶୀ ମଦ ଜବତ କରିବା ସହ ୪୨୦୦ ଲିଟର ଗୁଡା ମିଶ୍ରିତ ପୋଚ ନଷ୍ଟ କରାଯାଇଛି। ଏନେଇ ୫ ଟି ମାମଲା ରୁଜୁ ହେବା ସହ ଦୁଇ ମହିଳା ଓ ଦୁଇ ପୁରୁଷ ମୋଟ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ରମ୍ଭା ବାଗ ଓ କର୍ମଚାରୀ ବୃନ୍ଦ, ଗୋଇନ୍ଦା ବିଭାଗ ଏସଆଇ ସୁଦର୍ଶନ ବିଷୋୟୀ, ଏବଂ ପୋଲିସ ବିଭାଗ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ଆଗକୁ ଅବକାରୀ ଚଢ଼ାଉ ଜାରି ରହିବ ବୋଲି ଭଞ୍ଜନଗର ଅବକାରୀ ଥାନା ଓଆଇସି ଶ୍ରୀମତୀ ବାଗ ପ୍ରକାଶ କରିଛନ୍ତି।

ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here