ବିପଦର ବନ୍ଧୁ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

0
188

ବ୍ରହ୍ମପୁର,୦୩/୦୯/୨୦୨୧ ( ଟୁକୁନା ପ୍ରଧାନ)-: ରେଳ ଦୁର୍ଘଟଣା ରେ ସୁରାଟ ଆଇ ଏନ୍ ଏସ୍ ହସ୍ପିଟାଲ ରେ ଜୀବନ ମରଣ ସହ ଲଢେଇ କରୁଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସାନ ପଙ୍କଳବାଡ଼ି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ପୁଅ ର ଗାଣ୍ଡୁ ବେହେରା (୨୩)ଙ୍କ ଘରେ ଆଜି ପହଞ୍ଚିଥିଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ , ଗଞ୍ଜାମ । କଟକ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଅନୁଷ୍ଠାନର ସଦସ୍ୟା ସୁମିତ୍ରା ପାତ୍ର, ହିନ ଭାଇ, ଶିକ୍ଷକ ତଥା ଅନୁଷ୍ଠାନର ସଦସ୍ୟ ଗୌରହରୀ ପଲେଇ, , ମଙ୍ଗୁଳୁ, ରାଜେଶ, ଜଗନ୍ନାଥ , ବିକ୍ରମ , ବାବୁ , ଦୀପକ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ଅନୁଷ୍ଠାନ ପକ୍ଷରୁ ଗାଣ୍ଡୁ ଙ୍କ ପରିବାର ବର୍ଗଙ୍କୁ ୧୨ ହଜାର ଟଙ୍କା ଚିକିତ୍ସା ପାଇଁ ପ୍ରଦାନ କରାଗଲା । ଏଥି ସହିତ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନେ ସହଯୋଗ ର ହାତ ବଢ଼ାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରିଛନ୍ତି ସଦସ୍ୟ ମାନେ ।

LEAVE A REPLY

Please enter your comment!
Please enter your name here