ବ୍ରହ୍ମପୁର,୦୪/୦୯/୨୦୨୧: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ରେ ଦୁର୍ଘଟଣା ଜଣେ ଯୁବକ ମୃତ। ଶୁକ୍ରବାର ଦିନ ରାତ୍ର ସାଢ଼େ ଦଶଟା ବେଳେ କନିସି ହାଟ ଛକ ନିକଟରେ ଏକ ଯୁବକ ରାସ୍ତା ପାରହେବା ସମୟ ରେ ବ୍ରହ୍ମପୁର ପଟୁ ଏକ ମାଲ ବୋଝେଇ ଟ୍ରକ ଯାହାର ନଂ (ଏପି.୦୫-ଭି-୪୬୬୬) ଦୃତ ଗତିରେ ଆସି ଧକ୍କାଦେଇ ଚାଲିଯାଇଥିଲା। ଘଟଣା ସ୍ଥଳରେ
ଯୁବକ ଜଣକ ମୃତ୍ୟୁ ଘଟିଥିବା ବେଳେ। ଚମ୍ପଟ ମାରିଥିବା ଟ୍ରକ ଟି ଗୋଳନ୍ଥରା ଥାନା ରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ କନିସି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ସହଯୋଗର ହାତ ବଢ଼ାଇଥିଲେ। ସେଠାରୁ ବ୍ରହ୍ମପୁର ଏମକେସିଜି ନେଇଥିଲେ। ଡ଼ାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଙ୍କ ପରିଚୟ ଜଣାପଡି
ନଥିଲା। ଘଟଣା ପରଦିନ ସକାଳୁ ମୃତକ ପରିଚୟ ଜଣାପଡି ଥିଲା। ମୃତକ ଜଣକ ବାବୁଲା ଦାସ (୨୯)ଆର୍.ସୁବାନି ଗ୍ରାମର ବୋଲି ଜଣାପଡିଛି। ସେ ଜଣେ ପିକ୍ଅପ ଡ୍ରାଇଭର। ଗିରିଶୋଲା ଗ୍ରାମର ଜଣଙ୍କ ପିକପ୍ ଗାଡ଼ି ଚଳାଉଥିଲେ। ଗାଡ଼ି ମରାମତି ପାଇଁ ହଳଦୀଆପଦର ଅଟୋନଗର ସ୍ଥିତ ଏକ ଗ୍ୟାରେଜ ରେ ଗାଡ଼ି ଥୋଇ ନିଜ ଗ୍ରାମ ଆର.ସୁବାନି ଫେରୁଥିବା ବେଳେ କନିସିହାଟ ରେ ଲିଫ୍ଟ ମାଗିଲା ବେଳକୁ ଦୁର୍ଘଟଣା ଘଟି ଥିଲା। ଘଟଣା ସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ତଦନ୍ତ କରି ୨୪୮/୨୧ ମାମଲା ରୁଜୁ କରାଯାଇ ଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଶନିବାର ଦିନ ଶବ ବ୍ୟବଚ୍ଛେଦ କରା ଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।ସେପରି ଆଜି ସନ୍ଧ୍ୟା ସମୟରେ ଗୋଳନ୍ଥରା ଗାଁ ନିକଟରେ ଗୋଳନ୍ଥରା ଗାଁର ମହେନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି ନିଜ ବାଇକରେ ଜାତୀୟ ରାଜପଥ ପାର ହେଉଥିବା ବେଳେ ବ୍ରହ୍ମପୁରରୁ ଇଛାପୁର ଅଭିମୁଖେ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା l ଫଳରେ ମହେନ୍ଦ୍ର ଗୁରୁତର ଆହତ ହୋଇଥିଲେ l ଖବର ପାଇ ଗୋଳନ୍ଥରା ପୋଲିସ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିବା ଜଣା ପଡିଛି l