ବ୍ରହ୍ମପୁର,୦୫/୦୯/୨୦୨୧: ଆଜି ଉପଭୋକ୍ତା ସଙ୍ଘ ପକ୍ଷରୁ ଶହୀଦ ଲକ୍ଷଣ ନାୟକ କମ୍ୟୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉପଭୋକ୍ତା ସଙ୍ଘର ସଭାପତି ଅଳି କିଶୋର ପଟ୍ଟନାୟକ ତାଙ୍କ ବକ୍ତବ୍ୟଦେଇ ବିଦ୍ୟୁତ କ୍ଷେତ୍ରରେ ଘରୋଇକରଣ ଯୋଗୁଁ ଗ୍ରାହକ ଓ କର୍ମଚାରୀମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ।ଟାଟା କମ୍ପାନୀକୁ ରାଜ୍ୟ ସରକାର ୨୫ ବର୍ଷ ପାଇଁ ହସ୍ତାନ୍ତର କରିବା ଯୋଗୁଁ ଟାଟା କମ୍ପାନୀ ତାର ଶୋଷଣ ଆରମ୍ଭ କରିଛି।ବାରମ୍ବାର ଦରବୃଦ୍ଧି, ବିଜୁଳି କାଟ, ମନଇଚ୍ଛା ଫାଇନ ଆଦାୟ, ନିୟମିତ ବିଲ ନଦେବା ଭଳି କାର୍ଯ୍ୟକରି ଗ୍ରାହକଙ୍କୁ ଶୋଷଣ କରୁଛନ୍ତି।ସେହିଭଳି ବର୍ଷ ବର୍ଷଧରି ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ଆଉଟସୋର୍ସ କର୍ମଚାରୀଙ୍କୁ ଗୋତି ଶ୍ରମିକ ଭାବେ ଖଟାଇବାକୁ ଚକ୍ରାନ୍ତ କରୁଛି।ଏହା ବିରୁଦ୍ଧରେ ଆଗାମୀ ୧୬ ତାରିଖ ଦିନ ଟାଟା କମ୍ପାନୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଆଜିର ଏହି ସଭାରେ ଶ୍ରମିକ ନେତା ପୀତବାସ ପଣ୍ଡା, କୃଷକ ନେତା କୈଳାସ ଷଡଙ୍ଗୀ, ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ହରୀକୃଷ୍ଣ ରେଡି, ଭୋକଲି ସେଠି, ପ୍ରମୁଖ ଯୋଗଦେଇ ଥିଲେ।ଏଥିରେ ପ୍ରତାପ ଚୌଧୁରୀ ସଭାପତିତ୍ୱ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଟାଟା କମ୍ପାନୀ ଗ୍ରାହକ ଓ କର୍ମଚାରୀ ଶୋଷଣ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଉପଭୋକ୍ତା ସଙ୍ଘର ନିଷ୍ପତ୍ତି।