ଏସ ଗୋପାଳପୁରରେ ତାଲାଭାଙ୍ଗି ଲୁଟ୍ ମାମଲାର ପର୍ଦ୍ଦାଫାଶ କଲା ପାଟପୁର ପୋଲିସ : ଚୋରୀ ସାମଗ୍ରୀ ଜବତ । ଦୁଇ ମହିଳାଙ୍କ ସହ ୯ ଲୁଟେରା ଗିରଫ ।

0
439

ବ୍ରହ୍ମପୁର , ୦୬/୦୯/୨୦୨୧ , ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଅଗଷ୍ଟ ୧୪ ତାରିଖ ରାତିରେ ଏସ ଗୋପାଳପୁର ଗ୍ରାମର ସୁଧାକର ପ୍ରଧାନଙ୍କ ଘରେ କେହି ନଥିବାର ଜାଣି ଗ୍ରିଲ ତାଲା ଓ ଦୁଆର କବାଟ ତାଲା ଭାଙ୍ଗି ଘରୁ ନଗଦ ଟଙ୍କା , ସୁନା ସହ ମୂଲ୍ୟବାନ ସାମଗ୍ରୀ ଚୋରିକରି କଳାକନା ବୁଲେଇଥିବା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ପାଟପୁର ପୋଲିସ ସଫଳ ହୋଇଅଛି । ଏହି ଚୋରୀ କାରବାରରେ ସଂପୃକ୍ତ ଲୁଟେରା ଗ୍ୟାଙ୍ଗରେ ଥିବା ଦୁଇଜଣ ମହିଳା ,ଜନୈକ ନାବାଳକ ସହ ବିଭିନ୍ନ ସ୍ଥାନରୁ ୯ ଜଣଙ୍କୁ ଗିରଫ କରିଛି ।ଏହା ସହ ଚୋରି ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଥିବା ନେଇ ଆଜି ପାଟପୁର ଥାନା ପକ୍ଷରୁ ଆୟୋଜିତ ପ୍ରେସମିଟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି କେ ଦଳେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ପ୍ରକାରେ ପାଟପୁର ଥାନା ଏସ୍ . ଗୋପାଳପୁର ଗ୍ରାମର ସୁଧାକର ପ୍ରଧାନ ଗତ ଅଗଷ୍ଟ ୧୪ ତାରିଖରେ ପରିବାର ସଦସ୍ୟଙ୍କ ଦେହ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇଥିଲେ । ବିଳମ୍ବିତ ରାତିରେ ଘରେ କେହି ନଥିବା ଏବଂ ତାଲା ପଡ଼ିଥିବା ଦେଖି ଲୁଟେରା ମାନେ ଘରର କବାଟ ଓ ଗ୍ରିଲତାଲା ଭାଙ୍ଗି ଘରେ ପଶିଥିଲେ । ଏହାପରେ ଘରଭିତରେ ଥିବା ପେଢି ଓ ଆଲମାରୀକୁ ଭାଙ୍ଗି ସୁନାଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ । ପରଦିନ ସକାଳ ସମୟରେ ଗ୍ରାମବାସୀ ଏହା ଜାଣିପାରି ସୁଧାକରକୁ ଜଣାଇଥିଲେ । ସୁଧାକର ଗ୍ରାମକୁ ଆସି ଘରର ଆସବାବପତ୍ର ଜିନିଷ ଏଣେତେଣେ ବିଛାଡ଼ି ପଡ଼ିବା ସହ ଆଲମାରୀ ଓ ପେଢିରେ ଟଙ୍କା ଓ ସୁନା ନଥିବା ଦେଖିଥିଲେ । ଏଥିନେଇ ପାଟପୁର ଥାନାରେ ଏକ ଏତଲା ମଧ୍ୟ ଦାଏର କରିଥିଲେ । ସୁଧାକରଙ୍କ ଏତଲାକୁ ଭିତ୍ତିକରି ପାଟପୁର ଥାନା ପକ୍ଷରୁଏକ ମାମଲା ରୁଜୁ କରି ଥାନା ଅଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ତଦନ୍ତ ପରିସରକୁ ବ୍ୟାପକ କରିଥିଲେ । ବିଶେଷ ସୁତ୍ରରୁ ଖବରପାଇ ଗତକାଲି ବଡ଼ବଜାର ଥାନା ସୁକୁଣ୍ଡା ଗ୍ରାମର ଜେ . ନେପାଳୀ , ଆର୍ . ଅନୀଲ , କେ . ବିଶୁ , ଏସ୍ . ରମେଶ , ପାଟପୁର ଥାନା ଜୟପୁର କଲୋନୀର ଆର . ଭାସ୍କର , ସଦରଥାନ ରାମଚନ୍ଦ୍ରପୁର ଗ୍ରାମର ଜେ . କାଳିଆ ସମେତ ସୁକୁଣ୍ଡା ଗ୍ରାମର ମହିଳା ଜି. କସ୍ତୁରୀ ଓ ପାଟପୁର ଅଞ୍ଚଳର ଆର୍ . ଯମୁନା ପ୍ରମୁଖ ଆଠଜଣକୁ ଗିରଫ କରିଥିଲେ । ପୋଲିସ ଅନୁସନ୍ଧାନରେ ଅଭିଯୁକ୍ତ ମାନଙ୍କ ବୟାନକୁ ଭିତ୍ତିକରି ପୋଲିସ ଚୋରି ସୁନାକୁ କିଣିଥିବା ମାମଲାରେ ଦିଗପହଣ୍ଡି ଅଞ୍ଚଳର ସୁନା ଦୋକାନୀ ପ୍ରମୋଦ ନାୟକଙ୍କୁ ମଧ୍ୟ ଗିରଫ କରିବା ସହ ସୁନା ଜବତ କରିଥିଲା । ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ଦଶ ହଜାର ଟଙ୍କା , ୪ଗୋଟି ସୁନା ମୁଦି , ୨ ଗୋଟି ସୁନା ମଙ୍ଗଳସୂତ୍ର ଲକେଟ୍ , ଗୋଟିଏ ସୁନା ଚେନ ଓ ୨ ଗୋଟି ସୁନା କାନଫୁଲ ଓ ବ୍ୟବହୃତ ଲୁହାରଡ ଜବତ କରିଥିବା ପାଟପୁର ଥାନା ଅଧିକାରୀ ଶ୍ରୀ ମଲ୍ଲଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ଓ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.କେ ଦଳାଇ ସୂଚନା ପ୍ରଦାନ କରିଛନ୍ତି । ପାଟପୁର ଥାନା କେସ୍ ନଂ ୨୬୪/୨୧ ପ୍ରକାରେ ସମସ୍ତ ଅଭିଯୁକ୍ତଙ୍କୁ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଅଛି । ଏହି ମାମଲାରେ ଲିଙ୍କଥିବା ଅନ୍ୟ କିିଛ ସଂପୃକ୍ତ ଅଭିଯୁକ୍ତ ପୋଲିସ ସ୍କାନରରେ ଥିବାବେଳେ ସେମାନଙ୍କୁ ମଧ୍ୟ ଯଥାସମ୍ଭବ ଗିରଫ କରାଯିବାକୁ ପ୍ରକ୍ରିୟା ବଳବତ୍ତର ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ ସୂଚିତ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here