ପ୍ରଦୂଷିତ ପରିବେଶରେ ଉବୁଟୁବୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ନିଦାବିଷ୍ଣୁ ସ୍ବାସ୍ଥ୍ୟ ବିଭାଗ ।

0
214

ପାତ୍ରପୁର ,୦୬/୦୯/୨୦୨୧:ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ମାରାତ୍ମକ ଡେଙ୍ଗୁ ପଂଝା ମେଲାଇଥିବା ବେଳେ ପ୍ରତିଦିନ ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ପଜିଟିଭ ସଂଖ୍ୟା ୩୦ ରୁ ଅଧିକ ଥିଲାବେଳେ ପ୍ରାୟତଃ ପ୍ରତିଦିନ ଏହି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଡେଙ୍ଗୁ ରୋଗ ସଂପର୍କରେ ଜନସଚେତନ କରିବା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ରହିଅଛି । ବିଦ୍ୟାଳୟ , ମେଡ଼ିକାଲ , ଅଙ୍ଗନବାଡ଼ି କେନ୍ଦ୍ର ଓ ଗ୍ରାମାଞ୍ଚଳ ପରିବେଶକୁ ସଫାସୁତୁରା ଉପରେ ସ୍ଵାସ୍ଥ୍ୟ ବିଭାଗ ଅଧିକ ଧ୍ୟାନ ଦେବାକୁ ପ୍ରାଧାନ୍ୟ ଦେଉଥିଲେ ସୁଦ୍ଧା ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ଅଲଗା ଚିତ୍ର ଦେଖିବାକୁ ମିଲିଅଛି । ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ନିଜେ ଡେଙ୍ଗୁରେ ଆକ୍ରାନ୍ତ ହେବା ଆଶଙ୍କା ସୃଷ୍ଟି କରୁଅଛି । ମେଡ଼ିକାଲର ଅନ୍ତଃବିଭାଗ ଶୌଚାଳୟ ପାର୍ଶ୍ଵରେ ମଇଳା ଆବର୍ଜନା ଭରପୁର ହୋଇରହିଥିବା ସାମ୍ନାକୁ ଆସୁଥିବା ବେଳେ ମେଡିକାଲ କର୍ତୁପକ୍ଷ ଏ ଦିଗକୁ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଅଛି । ଶୌଚାଲୟ ପରିସର ଦୃଶ୍ୟରୂ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପରିଚ୍ଛନ୍ନତା କେତେ ସଫାସୁତୁରା ରଖାଯାଉଛି।ପାତ୍ରପୁର ମେଡ଼ିକାଲ ପରିସରରେ ନାଳ ନର୍ଦ୍ଦମା ସଫା ନହେବା ସାଙ୍ଗକୁ ରୋଗୀ ଶଯ୍ୟା ସ୍ଥଳ ଅଞ୍ଚଳରେ ଆବର୍ଜନା ପାଣି ଜମି ରହିବାରୁ ମଶା ବଂଶବିସ୍ତାର କରିବା ସହ ଏହି ମଶା କାମୁଡ଼ାରେ ଡେଙ୍ଗୁ ରୋଗ ବଢ଼ିବାର ଆଶଙ୍କା ଅଛି । ତେଣୁ ଗଞ୍ଜାମ ଜିଲ୍ଲା ଓ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ତ୍ତୁପକ୍ଷ ମେଡ଼ିକାଲ ପରିସରର ପରିଚ୍ଛନ୍ନତାକୁ ଅଧିକ ଧ୍ୟାନ ଦେବାକୁ ପାତ୍ରପୁର ବ୍ଳକ ଜନସାଧାରଣ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here