ଆର.ବି.ଏସ.କେ. ପକ୍ଷରୁ ୪ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ

0
233

ବୁଗୁଡା, ୦୭/୦୯/୨୦୨୧ : ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂସ୍ଥାର ସହଯୋଗରେ ବୁଗୁଡା ବ୍ଳକର ୪ ଜଣ ଶ୍ରାବଣ ଶକ୍ତି ହରାଇଥିବା ଭିନ୍ନକ୍ଷମ ଶିଶୁ ମାନଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ.କେ. ଟିମ-ଏ ପକ୍ଷରୁ ଗାନ୍ଧିଗ୍ରାମ ର ସୁଶାନ୍ତ ଭୂୟାଁ ଓ ରିଙ୍କି ଭୂୟାଁଙ୍କ କନ୍ୟା ପୂଜା ଭୂୟାଁ(୧୦) ଏବଂ ଜଗତପାଟଣା ଗ୍ରାମର ସୂର୍ଯ୍ୟ ସାହୁ ଓ ବବିତା ସାହୁଙ୍କ ପୁତ୍ର ଶୁଭମ ସାହୁଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିବା ବେଳେ ଆର.ବି.ଏସ.କେ. ଟିମ-ବି ପକ୍ଷରୁ ଅନ୍ତରପଡ଼ା ଗ୍ରାମର ଗୋପାଳ କୃଷ୍ଣ ପାଢ଼ୀ ଓ ଉଷାରାଣୀ ପାଢ଼ୀ ଙ୍କ ୩ ବର୍ଷ ୧୧ ମାସର କନ୍ୟା ରୋଜାଲିନ ପାଢ଼ୀ ଏବଂ ଡାକରବାଡି ଗ୍ରାମର ସଞ୍ଜୟ ପ୍ରଧାନ ଓ ରିତା ପ୍ରଧାନଙ୍କ ୭ ବର୍ଷର ପୁଅ ଶ୍ରୀନୁ ପ୍ରଧାନଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିବା ବିଷୟ ଡାକ୍ତର ପଦରାବିନ୍ଦ ଷଡଙ୍ଗୀ ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here