ବଜ୍ରାଘାତରେ ମୃତ ମହିଳାଙ୍କ ଶେଷ ଦର୍ଶନ ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଲେ ନନ୍ଦିନୀ ଦେବୀ ।

0
231

ବ୍ରହ୍ମପୁର ,୦୭/୦୯/୨୦୨୧ : ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତ ହିଞ୍ଜିଳି ଥାନାର ବଉଳଘାଇ ଗ୍ରାମର ଜନୈକା ମହିଳାଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଅଛି । ନିଜ ଧାନ ବିଲରେ ସାର ଦେଉଥିବା ଅବସ୍ଥାରେ ରବିବାର ଅପରାହ୍ନ ସାଢେ଼ ଚାରିଟା ବେଳେ ହଠାତ୍ ବର୍ଷା ପବନ ସହ ବଜ୍ରାଘାତ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଅଛି । ମୃତ ମହିଳା ଭଞ୍ଜ ଭୂୟାଁଙ୍କ ସ୍ତ୍ରୀ ପ୍ରତିମା ଭୂୟାଁ ବୟସ ପ୍ରାୟ ୪୨ ବର୍ଷର ହୋଇଥିବା ସୂଚନା ରହିଅଛି । ବଜ୍ରାଘାତରେ ମହିଳାଙ୍କ ଶରୀର ପୋଡିଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଉଦ୍ଧାର କରାଯାଇ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିନେଇ ହିଞ୍ଜିଳି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ନଂ ୯ /୨୦୨୧ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରାଯାଇଥିଲା । ଗତକାଲି ଷୋମବାର ଅପରାହ୍ନରେ ବ୍ୟବଚ୍ଛେଦ ଶବ ଗ୍ରାମରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାର ସଦସ୍ୟଙ୍କ ସହ ମା ‘ କୁ ହରାଇଥିବା ନାବାଳକ ଶିଶୁ ସନ୍ତାନଙ୍କ କୋହଭରା କାନ୍ଦ ପରିବେଶକୁ ବ୍ୟଥିତ କରିଥିଲା । ଖବର ପାଇ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ରାଜ୍ୟ ମହିଳା ବିଜେଡି ଉପଦେଷ୍ଟା ଧରାକୋଟ ରାଜମାତା ନନ୍ଦିନୀ ଦେବୀ ବଉଳଘାଇ ଗ୍ରାମରେ ପହଞ୍ଚି ସୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସରକାରୀସ୍ତରରେ ଥିବା ଆବଶ୍ୟକୀୟ ସୁବିଧାକୁ ପରିବାରକୁ ଯୋଗାଇଦେବାକୁ ସମ୍ମତି ପ୍ରଦାନ କରିଥିଲେ । ବିଜୁ ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀ , ବଳବନ୍ତ ସିଂ , ସମିତିସଭ୍ୟ ଅମିନ ପ୍ରଧାନ , ଡାକ ଜେନା ଛାତ୍ର ବିଜେଡିର ଧିରେନା ରଣା ,ସୁନିଲ ଗୌଡ ପ୍ରମୁଖଙ୍କ ସହ ପୂର୍ବତନ ବିଧାୟିକା ମୃତକଙ୍କ ଶେଷ ଦର୍ଶନ କରି ସମବେଦନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here