ରଙ୍ଗେଇଲୁଣ୍ଡା,୦୭/୦୯/୨୦୨୧: କିଞ୍ଚିତ ଆଶ୍ଵସ୍ଥି ପାଇଲେ ଚାଷୀ, ତଥାପି ପଡ଼ିଆ ରହିବ ଜମି।ଲଘୁଚାପ ଜନିତ ବର୍ଷାରେ ରଙ୍ଗେଇଲୁଣ୍ଡl ବ୍ଲକ ଚାଷୀ କିଛି ପରିମାଣ ରେ ଆଶ୍ଵସ୍ଥି ଲାଭ କରିଛନ୍ତି। ବର୍ଷା ଅଭାବରୁ ଅଞ୍ଚଳ ରେ ୭୦ଭାଗ ଜମିରେ ଧାନ ରୁଆ ବେଉଷଣ ହୋଇ ଥିବା ବେଳେ ଅନେକେ ସ୍ଥାନରେ ଧାନ ତଳି ପୋଡ଼ି ନଷ୍ଟ ହେବା ଦେଖା ଯାଇଥିଲା। ବର୍ତମାନ ସ୍ଥିତିରେ ଧାନ ରୁଆ ପାଇଁ ଯଥେଷ୍ଟ ପରିମାଣରେ ତଳି ନାହିଁ। ଯଦ୍ୱାରା ଧାନ ରୁଆ ପ୍ରଭାବିତ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। କିଛି ସ୍ଥାନରେ ଧାନ ତଳି ଗୁଡ଼ିକ କୁ ଗାଈ ଗୋରୁ ଚରାଇ ଦେଇଥିବା ବେଳେ କିଛି ଅଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ପୋଡ଼ି ଯାଇଥିବା ଦେଖାଦେଇଛି। ବର୍ତମାନ ସ୍ଥିତିରେ ପୁଣି ଧାନ ତଳି ପକାଇ ଧାନ ରୋଇବା ଅସମ୍ଭବ। ଭାଦ୍ରବ ମାସ ଶେଷ ଆଡକୁ ଯାଉଥିବା ବେଳେ ଏହି ମାସ ରେ ଧାନ ରୁଆ ବେଉଷଣ ହେଲେ ଅମଳ ହେବା କଷ୍ଟ ସାଧ୍ୟ। ଯେତିକି ରୁଆରେ ଖର୍ଚ୍ଚ ହେବ ସେତିକି ପରିମାଣରେ ଆଦାୟ ହେବା ମୁସ୍କିଲ୍। ନାମକୁ ମାତ୍ର
ଚାଷୀ ବୋଲି ଚାଷ କରିବାକୁ ବାଧ୍ୟ। ଧାର ଉଧାର କରି ଧାନ ରୁଆ ବେଉଷଣ କରିବାକୁ ଭାଗ ଚାଷୀ ମାନଙ୍କ ମଧ୍ୟରେ ଭାଳେଣି ପଡିଛି। ଯେତିକି ଆଦାୟ ହେବ ସାହୁକାର ମାନେ ତାର ଅଧା ଫସଲ ନେଇ ଥାନ୍ତି। ଏହିପରି ଚାଷୀ ମାନଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାହା ଖରାଟିଆ ଚାଷ ଏବଂ
ତଳିଘରା ଚାଷ ସମୟରେ ଖର୍ଚ୍ଚ ହୋଇ ଯାଇଛି ବର୍ତମାନ ସ୍ଥିତିରେ କେଉଁଠୁ ଧାର କରଜ କରି ଧାନ ରୁଆକରି ଅମଳ କରିବୁ। ସାର ଦର ଆକାଶ ଛୁଆଁ।ଏହି ସମୟରେ ଅଧିକ ସାର ଚାଷଜମି ରେ ଦେଲେ ଅମଳ ହେବା ଆଶଙ୍କା ରହିଛି ବୋଲି ଅନେକେ ଚାଷୀ ମତ ଦିଅନ୍ତି। ଧାନ ରୁଆ ପାଇଁ ମୂଲିଆ ମିଳିବା କଷ୍ଟ ସାଧ୍ୟ। ଅଧିକ ଜମିବାଡ଼ି ଥିବା ଚାଷୀ
ଚଢ଼ା ଦରରେ ମୂଲିଆ ଙ୍କୁ ନେଉଥିବା ବେଳେ ଛୋଟ ଛୋଟ ଚାଷୀ ପକ୍ଷେ ଅସମ୍ଭବ ଦେଖାଦେଇଛି। ବଡ଼ ଚାଷୀ ମାନେ କିଛି ମାତ୍ରାରେ ରୁଆ ବେଉଷଣ କରି ପାରିବେ କିନ୍ତୁ ଭାଗଚାଷୀ ଙ୍କ ପକ୍ଷେ ଅସମ୍ଭବ। ସୋମବାର ଦିନ ଅତ୍ୟଧିକ ବର୍ଷା ଯୋଗୁଁ ଚାଷ ପାଇଁ ଅନୁକୂଳ ପରିସ୍ଥିତି ନାହିଁ ବୋଲି ଚାଷୀ ମାନଙ୍କ ପକ୍ଷରୁ କୁହାଯାଇଛି। ତଳି ନିଅଣ୍ଟିଆ ଯୋଗୁଁ ଏ ବିଲକୁ ସେ ବିଲ ନେଉଥିବା ଦେଖିବାକୁ ମିଳିଛି।ଉପର ମୁଣ୍ଡରେ ମାତ୍ରାଧିକ ବର୍ଷା ଯୋଗୁଁ ନଈ ନାଳରେ ପାଣି ଆସି ଶୁଖିଲା ଧାନରୁଆରେ ପାଣି ମାଡିଛି ଓ ଧାନ ରୁଆ ଗୁଡିକ ଭସାଇ ଦେଇଥିଲା।ତେଣୁ ଯାହା ରୁଆ ହେବ ସଠିକ ଅମଳ ହେବନାହିଁ ବୋଲି ରଙ୍ଗେଇଲୁଣ୍ଡା ବ୍ଳକ ର ଚାଷୀମାନେ ଆଶଙ୍କା କରିଛନ୍ତି।
Home ବ୍ରହ୍ମପୁର ସ୍ପେଶାଳ ଲଘୁଚାପ ଜନିତ ବର୍ଷାରେ ରଙ୍ଗେଇଲୁଣ୍ଡା ବ୍ଲକ ଚାଷୀ ସାମାନ୍ୟ ଆଶ୍ବସ୍ତ,ତଥାପି ସମସ୍ୟା ଟଳିନି