ଦୀର୍ଘ ବର୍ଷ ହେବ ଖତ ଖାଉଛି ୨୮ଟି ସିଟି ବସ୍ , ପ୍ରଶାସନ ର ନିଘା ନାହିଁ

0
262

ବ୍ରହ୍ମପୁର,୦୭/୦୯/୨୦୨୧: ଆନ୍ତରିକତା ଅଭାବରୁ ହଲଦିଆପଦର ସ୍ଥିତ ସିଟି ବସ୍ ଷ୍ଟାଣ୍ଡ ରେ ଦୀର୍ଘ ବର୍ଷ ହେବ ଖତ ଖାଉଛି ୨୮ ଗୋଟି ସିଟି ବସ୍ । ଅନ୍ୟପଟେ ଦୀର୍ଘ ବର୍ଷ ହେବ କନିଶି ହାଟ ଠାରୁ ତୁଳୁ ପର୍ଯ୍ୟନ୍ତ ସିଟି ବସ୍ ସେବା ଯୋଗାଇଦେବା ନିମନ୍ତେ ଅଞ୍ଚଳବାସୀ ଙ୍କ ତରଫରୁ ଦୀର୍ଘ ବର୍ଷ ଧରି ଦାବୀ କରାଯାଉଥିବା ବେଳେ ପ୍ରତିଶ୍ରୁତି କେବଳ ପାଣି ର ଗାର ସଦୃଶ ପାଲଟିଛି। ବ୍ରହ୍ମପୁର ଠାରୁ ବିଶ୍ଵନାଥପୁର, ସୁନପୁର, କନିସି ପର୍ଯ୍ୟନ୍ତ ବସ୍ ସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିବା ବେଳେ ଏପଟେ ବସ ଟର୍ମିନାଲ ରେ ବସ ଖତ ଖାଉଥିବା ଦେଖା ଦେଇଛି।ଅନ୍ୟପଟେ ଭୁବନେଶ୍ୱର ଭଳି ବ୍ରହ୍ମପୁର ରେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ କବାଡି ବାଲା କୁ ଶାଗମାଛ ଦରରେ ବିକ୍ରୀକରି ଦେବା କଥା କୁ ଏଡାଇ ଦିଆନଯାଇପାରେ ।୪୨ ଗୋଟି ସିଟି ବସ୍ ମଧ୍ୟରୁ କେବଳ ୧୪ ଟି କାର୍ଯ୍ୟକ୍ଷମ କରୁଅଛି।୧୨ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ନୂତନ ବସ୍ ଟର୍ମିନାଲ ଅଚଳ ହୋଇ ଠିକା ସଂସ୍ଥା ଅଧୀନରେ ଥିବା ବେଳେ ଏପରିକି ରକ୍ଷଣାବେକ୍ଷଣ ଅଭାବଯୋଗୁଁ ବସ ଟର୍ମିନାଲ ଭିତରେ ଉଈହୁଙ୍କା ପାଲଟି ଯାଇଛି। ଟର୍ମିନାଲ ଚତୁର୍ଦ୍ଦିଗ ବୃକ୍ଷରୋପଣ ହୋଇଥିବା ଗଛ ଗୁଡ଼ିକ ଜଳ ଅଭାବରୁ ମରିଗଲାଣି। ଏହିଗୁଡିକ ରକ୍ଷଣା ବେକ୍ଷଣ ପାଇଁ ଯିଏ ଏହିଦାୟିତ୍ବରେ ରହିଛନ୍ତି ସେହିସଂସ୍ଥା ଦାୟିତ୍ଵ ତୁଲାଇଥିଲେ ବୃକ୍ଷଜୀବନ ରହିବା ସହିତ ପରିବେଶ ସୁସ୍ଥ ରହିଥାଆନ୍ତା ଏବଂ ବସ ଟର୍ମିନାଲ ସୁରକ୍ଷିତ ରହିଥାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଖତ ଖାଉଥିବା ବେଳେ ୨୮ଗୋଟି ବସ୍ ର ଅବସ୍ଥା କହିଲେ ନସରେ ।ସରକାରୀ ସମ୍ପତ୍ତି ନଷ୍ଟ କାହା ସ୍ବାର୍ଥରେ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ସରକାରୀ ଉଦାସୀନତା କାରଣରୁ ଅନେକ ଏହିପରି ସରକାରୀ ସମ୍ପତି ନଷ୍ଟ ହେଉଛି। ଏହା ନେଇ ସମାଜ ସେବୀ ଜଗମୋହନ ପାତ୍ର ଲୋକ ଲୋଚନକୁ ଦୃଷ୍ଟି ଆକର୍ଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here