ବିଦ୍ୟୁତ ଆଘାତରେ ୧୫ବର୍ଷର ନାବାଳକ ମୃତ୍ୟୁ

0
257

ବ୍ରହ୍ମପୁର,୦୭/୦୯/୨୦୨୧: ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝୀଗାଁ ନିକଟରେ ଥିବା ଏକ ସିମେଣ୍ଟ ଇଟା ଫେକ୍ଟରି ଭିତରେ ବିଦ୍ୟୁତ ଆଘାତରେ ୧୫ବର୍ଷର ନାବାଳକର ମୃତ୍ୟୁ। ଘଟଣାରୁ ଜଣାପଡିଛି ଶାସନପଦର ଗ୍ରାମର ବୁଲୁ ଦାସର ପୁଅ ରାଜେଶ ଦାସ (୧୫) ମାଝୀଗାଁ ଜୈନିକ ସିମେଣ୍ଟଇଟା ଫେକ୍ଟରୀ ରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ଉକ୍ତ ଘଟଣାକୁ ଚପେଇଦେବା ପାଇଁ ଶବକୁ ଦାହ କରିବାକୁ ଶ୍ମଶାନ କୁ ନେଇଥିବା ବେଳେ ପୁଲିସ ପହଞ୍ଚି ଶବକୁ ଜବତ ସହ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ମୃତ ରାଜେଶ ର ପରିବାର ବାହାର ରାଜ୍ୟରେ କାମ କରୁଥିବା ଜଣାପଡିଛି। ରାଜେଶ ସମ୍ପର୍କୀୟ ପିଉସା ସେହି କ୍ରସର, ସିମେଣ୍ଟ ଇଟା ପ୍ରସ୍ତୁତ ହେଉଥିବା କାରଖାନାରେ ଟ୍ରାକ୍ଟର ଡ଼୍ରାଇଭର ଭାବେ କାମ କରୁଥିଲେ ବୋଲି ଜଣାପଡିଛି। ମୃତ ରାଜେଶ ପିଉସା ସହିତ ଯାଇ ବର୍ଷା ସମୟରେ ବିଶ୍ରାମ ଗୃହରେ ବିଶ୍ରାମ ନେଉଥିବା ବେଳେ ହଠାତ୍ ବିଦ୍ୟୁତ ସକ୍ ହୋଇଥିଲା ଚିତ୍କାର କରି ଉଠିଲା ବେଳକୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଥାନାରେ ଅଭିଯୋଗ ହୋଇଛି। ରାଜେଶ ଘରେ ପରିବାର ଲୋକେ କେହି ନ ଥିବାରୁ ନୀତି ପିଉସା ସହିତ ଯିବା ଆସିବା କରୁଥିବା ଜଣାପଡିଛି। ଇଟା ପ୍ରସ୍ତୁତ ଫେକ୍ଟୋରି ରେ ରାଜେଶ କୌଣସି କାମରେ ନିୟୋଜିତ ନଥିବା ଜଣା ପଡ଼ିଛି। ଏନେଇ ଥାନାରେ ୨୮/୨୧ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଜି ଶବ ବ୍ୟବଚ୍ଛେଦ ନହୋଇ ଶବ ଗୃହରେ ରଖା ଯାଇଛି। ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ହୋଇ ନିଜ ସମ୍ପ୍ରକୀୟ ଦାଦା ଖୁଡ଼ି ଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here