ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ ଯୋଜନା ଆନୁକୁଲ୍ୟରେ ବ୍ରହ୍ମପୁରରେ ଶ୍ରବଣ ଯନ୍ତ୍ର ବଣ୍ଟନ ।

0
243

ବ୍ରହ୍ମପୁର,୧୦/୦୯/୨୦୨୧ : ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ ଯୋଜନା ଆନୁକୁଲ୍ୟରେ ବ୍ରହ୍ମପୁର ସ୍ଥିତ ଡ଼ାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ଜିଲ୍ଲାସ୍ତରୀୟ ଶ୍ରବଣ ଯନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା ଉମାଶଙ୍କର ମିଶ୍ର , ଡି ଇ ଆଇ ସି ର ସମସ୍ତ ପଦାଧିକାରୀ , ଡି ପି ଏମ୍ ଶ୍ୟାମସୁନ୍ଦର ତ୍ରିପାଠୀ , ଆର୍ ବି ଏସ କେ ର ଜିଲ୍ଲା ପରିଚାଳକ ସନ୍ଦୀପ ତ୍ରିପାଠୀ ପ୍ରମୁଖଙ୍କ ମିଳିତ ଯୋଗଦାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହା ନଗର ନିଗମ ଆୟୁକ୍ତ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବନ୍ଦାର୍ ଯୋଗଦେଇ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟକୁ ନେଇ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଅନୁପ୍ରାଣିତ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଆର୍ ବି ଏସ କେ ର ସଫଳତାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ଦାୟିତ୍ଵ ବହନ କରୁଥିବା କର୍ମଚାରୀ ଓ ପଦାଧିକାରୀଙ୍କ ସମନ୍ୱୟ ମନୋଭାବକୁ ନେଇ ଗୁରୁତ୍ୱାରୋପ କରିଥିଲେ । ଏହି ଯୋଜନା ଅନ୍ତର୍ଗତରେ ଜନ୍ମରୁ ୧୮ ବର୍ଷ ବୟସ୍କଙ୍କୁ ସ୍କୁଲ , ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଅନ୍ୟାନ୍ୟ ସୂତ୍ରରୁ ଚିହ୍ନଟ କରି ସେମାନଙ୍କୁ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଚିହ୍ନଟ ଖର୍ଚ୍ଚବହୁଳ ହୃଦରୋଗ ଚିକିତ୍ସା ପାଇଁ ଆବଶ୍ୟକ ସ୍ଥଳେ ସରକାରୀ ଖର୍ଚ୍ଚରେ ବାହାର ରାଜ୍ୟରେ ଥିବା ପ୍ରମୁଖ ଡାକ୍ତରଖାନାରେ ଚିକିତ୍ସିତ କରାଇବାକୁ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରରେ ଚିହ୍ନଟ ୬୦ ଜଣ ବଧୀରା ଶିଶୁଙ୍କୁ ଅତିଥିଙ୍କ ଦ୍ଵାରା ମାଗଣା ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ପକ୍ଷରେ ସାନଖେମୁଣ୍ଡିର ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ ଜଣ ଶିଶୁ ଚିହ୍ନଟ ହୋଇ ଚିକିତ୍ସା ପରେ ଶ୍ରବଣ ଯନ୍ତ୍ର ପାଇଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଓ ସଂପୃକ୍ତ କର୍ମଚାରୀଙ୍କୁ ସାଧୁବାଦ ପ୍ରଦାନ କରାଯାଇଥିଲା ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆର୍ ବି ଏସ କେ ରାଜ୍ୟ କର୍ମଚାରୀ ସଂଘ ତଥା ଜିଲ୍ଲା ସଂଘ ସଭାପତି ଶ୍ରୀ ସୁନିଲ କୁମାର ସେଠୀ ଅଂଶଗ୍ରହଣ କରି ନିଜ ଅଭିଭାଷଣରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସମସ୍ତ ପଦାଧିକାରୀଙ୍କ ସହଯୋଗରେ ଯୋଜନାର ସଫଳତା ମିଳିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥି ସହିତ ଜିଲ୍ଲାସ୍ତରରେ ପୁରସ୍କୃତ ଶ୍ରେଷ୍ଟ ଫାର୍ମାସିଷ୍ଟ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଶ୍ରୀ ପ୍ରଫୁଲ୍ଲ କୁମାର ପାଢ଼ିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here