ବ୍ରହ୍ମପୁର, ୧୧/୦୯/୨୦୨୧: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷିକା ପ୍ରୀତିଧରା ନାୟକ ଓ ଆସିକା ଅବକାରୀ ଥାନା ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖ ଦିନ ଚଢାଉ ହୋଇ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏହି ଚଢ଼ାଉ କାର୍ଯ୍ୟକ୍ରମ ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ବଡ ମରାଠି ସାହି, ସାନ ପଥରା, ବଡ଼ କୋଦଣ୍ଡା, ଓ ମୁଜାଗଡ ଅଞ୍ଚଳରେ ଅନୁଷ୍ଠିତ ହୋଇ ୧୬୪ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୫୦୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯାଇଛି। ଏନେଇ ୬ ଗୋଟି ମାମଲା ରୁଜୁ ହେବା ସହ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଭ୍ରାମ୍ୟମାଣ ଅବକାରୀ ଉପ ନିରୀକ୍ଷକ ଦୁର୍ଯ୍ୟୋଧନ ଦିଗାଲ, ଅବକାରୀ ସହ ଉପ ନିରୀକ୍ଷକ ରବୀନ୍ଦ୍ର ନାଥ ବିଶ୍ବାଳ, ଏନ. ତ୍ରିପତି ରାଓ, ନିଳାମ୍ବର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା