ପୋଡାମାରିରେ ବିଷପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା । ପାରିବାରିକ କଳହ ସନ୍ଦେହ । ଶବ ଜବତ ପରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସର ଛାନଭୀନ ।

0
261

ବ୍ରହ୍ମପୁର,୧୧/୦୯/୨୦୨୧: ଦାମ୍ପତ୍ୟ ଦୁଃସ୍ଛିନ୍ତା ଅଥବା ପାରିବାରିକ କଳହ କାରଣକୁ ନେଇ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମ ଭଞ୍ଜସାହିର ସନ୍ତୋଷ ଗୌଡ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଶନିବାର ସକାଳେ ପାଟପୁର ଥାନା ପୋଲିସ ପୋଡ଼ାମାରୀରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହିତ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଇଥିଲେ । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ମୃତଦେହ ହସ୍ତାନ୍ତର କରିଛନ୍ତି । ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ଲାଗି ରହିଛି । ପାଟପୁର ଥାନା ପକ୍ଷରୁ ଥାନା ଅପମୃତ୍ୟୁ ମାମଲା ନଂ ୧୪/୨୦୨୧ ରୁଜୁ କରାଯାଇଥିବା ଥାନା ପକ୍ଷରୁ ସୂଚନା ରହିଅଛି । ସ୍ଥାନୀୟ ସୂଚନା ପ୍ରକାରେ କୌଣସି କାରଣରୁ କିଛିଦିନ ଧରି ଉଭୟ ସ୍ଵାମୀ – ସ୍ତ୍ରୀ ଙ୍କ ମଧ୍ୟରେ ସଦା ସର୍ବଦା ଝଗଡ଼ା ଲାଗି ରହୁଥିଲା । ନିଃସନ୍ତାନ ଥିବା ଏହି ଦମ୍ପତ୍ତି ଶୁକ୍ରବାର ବିଳମ୍ବିତ ରାତିରେ ଉଭୟେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ପ୍ରକାରେ ଉଭୟେ ବିଷପାନ କରିଥିଲେ । ବିଷକ୍ରିୟା କାରଣରୁ ପ୍ରଥମେ ସନ୍ତୋଷ ଘରେ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ନୟନି ବିଷ ଯନ୍ତ୍ରଣାରୁ ପ୍ରବଳ ପାଟି କରିଥିଲେ । ସାହିପଡୋଶୀ ସମ୍ପର୍କୀୟ ଲେକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here