ଯୁବକଙ୍କ ଆତ୍ମହତ୍ୟା

0
196

ଗୋଳନ୍ଥରା,୧୧/୦୯/୨୦୨୧: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥିଗାଁରେ ପ୍ରେମ ପ୍ରତାରଣା ନେଇ ୨୫ବର୍ଷୀୟ ଯୁବକ ଙ୍କ ଆତ୍ମହତ୍ୟା। କାଳିଆ ମହାନ୍ତି ନାମକ ଯୁବକ ନିଜ ପରିବାର ସହ ଦୀର୍ଘ ଆଠବର୍ଷ ହେବ କୋଳଥିଗାଁରେ ଭଡ଼ାରେ ରହି ଆସୁଥିଲେ।ନିଜଗ୍ରାମ ଚିକିଟିବ୍ଲକ ମାଧବନ୍ଧ,ସେ ଆଗରୁ ଢେଙ୍କାନାଳ ଜିଲ୍ଲାର ଏକ ନାବାଳିକା ସହିତ ଫେସବୁକ୍ ମାଧ୍ୟମରେ ପ୍ରେମ ପ୍ରତାରଣା ନେଇ ଢେଙ୍କାନାଳ ଜିଲ୍ଲାର ଏକ ଥାନାରେ ପୋକ୍ସୋ ମାମଲାରେ ଛନ୍ଦି ହୋଇ ୬ମାସ ଝାରପଡ଼ା ଜେଲରେ କାରାବରଣ କରିଥିଲେ। ଜେଲରୁ ମୁକୁଳିବା ପରେ ବି ଦ୍ଵିତୀୟ ଥର ମଧ୍ଯ ରହିବା କୋଳଥିଗାଁ ରେ ଗୋଟିଏ ଝିଅ ସହିତ ସମ୍ପର୍କ କରି ବିଫଳ ହେବା ପରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଘରେ ବାପା ମାଆ ସହିତ ଦୁଇ ଭାଈ ସହିତ ରହୁଥିବା ବେଳେ ଦୁଇ ଭାଈ ବାପା ରାଜମିସ୍ତ୍ରୀ କାମ କରନ୍ତି।ନିଜେ ଲାଞ୍ଜିପଲ୍ଲି ଏକ ୱେଲ୍ଡିଙ୍ଗ ସପ୍ ରେ କାମ କରୁ ଥିଲେ। ଗତକାଲି ଦିନ ଦୁଇଟା ବେଳେ ଘରେ କେହି ନଥିବା ସମୟରେ ଘରର ଦ୍ଵିତୀୟ ରୁମର ଫଙ୍ଖlରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିବା ଜଣାପଡିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ଗ୍ରାମର ହରିଓଁ ଗ୍ରୁପ୍ ର ମାଗଣା ଆମ୍ବୁଲାନ୍ସ ସେବାରେ ସମାଜସେବୀ ଜଗମୋହନ ପାତ୍ର ଓ ତାଙ୍କ ସହଯୋଗୀ ମାନେ ସହାୟତା ଯୋଗାଇଥିଲେ।ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here