ନିର୍ବାଚନ ମଣ୍ଡଳୀର ବିକାଶମୂଳକ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ବାଚସ୍ପତିଙ୍କ ଦିଲ୍ଲୀ ଗସ୍ତ:

0
216

ଛତ୍ରପୁର, ୨୬/୧୦/୨୦୨୧:
ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ତା ଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ତା ୨୧.୧୦.୨୦୨୧ ରୁ ୨୪.୧୦.୨୦୨୧ ରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଯାଇ ଫେରି ଆସିଛନ୍ତି । ଓଡିଶା ବିଧାନ ସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ରାଜ୍ୟ ସଭାର ଅଧିକାରୀମାନଙ୍କ ସହ ଅଲୋଚନା କରିଛନ୍ତି । ଏଠି ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶା ବିଧାନସଭା କୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ପ୍ରକ୍ରିୟା ତ୍ଵରାନ୍ୱିତ ହେଉଛି । ସେ କେନ୍ଦ୍ର ରେଳମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରାୟଗଡା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା କରିଥିଲେ । ଉକ୍ତ ରେଳପଥ ଥେରୁବାଲି, ମୋହନା ଓ ଦିଗପହଣ୍ଡିକୁ ଗୋପାଳପୁର ସହିତ ସଂଯୋଗ କରିବ ଏବଂ ଏତଦ ଦ୍ୱାରା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଲକ୍ଷାଧିକ ଲୋକ ଉପକୃତ ହେବାକୁ ଥିବା ଦୃଷ୍ଟିରୁ ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ତୁରନ୍ତ କାର୍ଯ୍ୟକାରୀ ହେଲେ ଯୋଗାଯୋଗ, ଗମନାଗମନ ଓ ବିକାଶ କ୍ଷତ୍ରରେ ମୋହନା ଓ ଦିଗପହଣ୍ଡି ଅଞ୍ଚଳର ପ୍ରଭୃତ ଉନ୍ନତି ସାଧିତ ହେବ ବୋଲି ମଧ୍ୟ ସେ ମନ୍ତ୍ରୀଙ୍କୁ କହିଥିଲେ । ମାଟିଆ ସାହି ଏବଂ ମଦନ ମୋହନପୁର ଗ୍ରାମର ଜନସାଧାରଣ ଦୈନନ୍ଦିନ କାର୍ଯ୍ୟରେ ଟ୍ରେନ୍ ଲାଇନ ଅତିକ୍ରମ କରୁଥିବାରୁ ଧନ ଓ ଜୀବନର ନିରାପତ୍ତା ପାଇଁ ଓଭର ବ୍ରିଜ୍ କିମ୍ବା ଅଣ୍ଡର ପାସ୍ ନିର୍ମାଣ ପାଇଁ ମଧ୍ୟ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏତଦ୍ ବ୍ୟତୀତ ୧୫ ବର୍ଷରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଗପହଣ୍ଡି ଠାରେ କେନ୍ଦ୍ରୀୟ ବିଦ୍ୟାଳୟର କୋଠା ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯାଇଛି ।
କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୋଠା ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇନାହାନ୍ତି । ତୁରନ୍ତ ଆବଶ୍ୟକ ପାଣ୍ଠି ପ୍ରଦାନ କରିବାକୁ ବାଚସ୍ପତି ଡଃ ପାତ୍ର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ମାନ୍ୟବର ଧମେନ୍ଦ୍ର ପ୍ରଧାନଙ୍କୁ ଅନୁରାଧ କରିଛନ୍ତି । କୁକୁଡାଖଣ୍ଡିରେ ବହୁ ସରକାରୀ କର୍ମଚାରୀ କାର୍ଯ୍ୟ କରୁଥିବା ଦୃଷ୍ଟିରୁ ସେମାନଙ୍କ ପିଲାମାନେ ଗୁଣାତ୍ମକ ଶିକ୍ଷା ଆବଶ୍ୟକତା କରୁଥିବାରୁ ସେଠାରେ ମଧ୍ୟ ଅନ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ବାଚସ୍ପତିଙ୍କ ଅନୁରୋଧ ଅନୁଯାୟୀ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଦ୍ୱୟ ରାଜି ହୋଇଛନ୍ତି । ମାନ୍ୟବର ବାଚସ୍ପତି ମଧ୍ୟ ସମ୍ବିଧାନ କ୍ଲବ, ରଫି ମାର୍ଗଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ବୈଶ୍ୟ ସମ୍ମିଳନୀରେ ଯୋଗ ଦେଇ ଦେଶର ପ୍ରଗତିରେ ସେମାନଙ୍କ ଅବଦାନ ଉପରେ ଆଲୋକ ପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here