ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
659

ବ୍ରହ୍ମପୁର,୨୯/୧୧/୨୦୨୧: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ କରାଯାଉଥିବାର ଖବର ମିଳିଛି।ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସମେତ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ମେନ୍ ରୋଡଠାରେ ଥିବା ତିନି ମହଲା ବିଶିଷ୍ଟ ଆବାସିକ କୋଠା, ନିମାଖଣ୍ଡିରେ ଅବସ୍ଥିତ କୋଠା ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁରେ ଥିବା ପୈତୃକ ଘରେ ଚଢ଼ାଉ କରୁଛନ୍ତି।ବ୍ରହ୍ମପୁରର ସ୍ପେସାଲ୍ ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଚଢ଼ାଉ କରାଯାଉଥିବାର ସୂଚନା ରହିଛି।ବର୍ତ୍ତମାନ ସୁଦ୍ଧା କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି। ଏନେଇ ଅଧିକ ତଦନ୍ତ ଚାଲିଛି। ଏହାର ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here