ବିଶ୍ଵ ଏଡସ ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଏନ୍ ଏସ ଏସ ୟୁନିଟ୍ ତରଫ ରୁ ଏଡସ୍ ରୋଗ ଉପରେ ସଚେତନା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
343

ବ୍ରହ୍ମପୁର,୦୧/୧୨/୨୦୨୧: ଡିସେମ୍ବର ୧ ତାରିଖ ବିଶ୍ଵ ଏଡସ ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଏନ୍ ଏସ ଏସ ୟୁନିଟ୍ ତରଫ ରୁ ଏଡସ୍ ରୋଗ ଉପରେ ଏକ ସଚେତନା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟ ର ପ୍ରଶାସନିକ ଭବନ ସମ୍ମୁଖରେ ଆୟୋଜିତ ହୋଇଥିଲା। ଏଥିରେ ଏନ୍ ଏସ୍ ଏସ ରେ ଯୋଗଦେଇଥିବା ବିଶ୍ଵବଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପାଲା ଗାୟକ ଓ ବାଦକ ରୂପରେ ଏଡ଼ସ୍ ରୋଗର ଉତ୍ପତ୍ତି, ଭୟାବହତା ତଥା ନିରାକରଣ ସମ୍ପର୍କରେ ଉପସ୍ଥିତ ଦର୍ଶକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି , କଲେଜ୍ ଉନ୍ନୟନ କାଉନସିଲ ର ଅଧ୍ୟକ୍ଷ ପ୍ରଫେସର ଅରୁନ୍ଧତୀ ରଥ , ଡେପୁଟି ରେଜିଷ୍ଟର ଡକ୍ଟର ବାପୁଜୀ ସାମଲ ତଥା ଅନ୍ୟାନ୍ୟ ପଦାଧିକାରୀ, ଅଧ୍ୟାପକ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପୋଭୋଗ କରିବା ସହ କଳାକାର ଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here