ରଙ୍ଗେଇଲୁଣ୍ଡା,୦୬/୧୨/୨୦୨୧: ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟକର୍ତ୍ତା ମାନଙ୍କ ତରଫରୁ ଗତ ମଇ ମାସ ୩ ତାରିଖ ଦିନ ହାଜତ ମୃତ୍ୟୁ ଦର୍ଶାଯାଇଥିବା ମୃତ ଗଣେଶ ଡାକୁଆ ର ମୃତ୍ୟ ରେ ଜଡିତ ଥିବା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାସ ଓ ଅମିତ୍ କୁମାର ଦାସ ଙ୍କ ସମେତ ତାଙ୍କୁ ସୁରକ୍ଷା ପ୍ରଦାନ କରି ସର୍ବସାଧାରଣରେ ଭୟର ବାତାବରଣ ସୃଷ୍ଟି କରି ନିଜକୁ ସମାଜସେବୀ ଦର୍ଶାଇ ସରକାରୀ ଦଳର ପଦପଦବୀ ରେ ରହି ସରକାରୀ ଚାପ ପକାଇ ତଦନ୍ତ କୁ ବାଟବଣା କରୁଥିବା କିଛି ଆସାମୀ ଯଥା ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ କୁସୁମୀ ଡବଲ ମର୍ଡର ଘଟଣାରେ ପାରୋଲ୍ ରେ ଥିବା ମୁଖ୍ୟ ଅଭିଯୁକ୍ତ ସି.ଏଚ୍ ବାଇରି ପାତ୍ର, ରଙ୍ଗେଇଲୁଣ୍ଡା ବ୍ଲକ୍ ସହକାରି ଯନ୍ତ୍ରୀ ଗୁଳିକାଣ୍ଡ ଘଟଣାରେ ସଜ୍ଜା କାଟି ପାରୋଲ୍ ଥିବା ନୀଳମାଧବ ପାତ୍ର, ରଣ୍ଡା ବୁବୁ ପଣ୍ଡା ମର୍ଡର୍ କେଶ ରେ ଜାମିନ ରେ ଥିବା ଅଜିତ ରାଉଳ, ଯଦୁ ବେହେରା ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ସି.ଏଚ ଦିଲେଶ୍ୱର ରେଡ୍ଡୀ, ବ୍ରହ୍ମପୁର ବାବାଜୀତୋଟା ସାହି ଜନେକ ମହିଳାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରି କନିସି ଜାତୀୟ ରାଜପଥ ରେ ଅଟୋ ଦୁର୍ଘଟଣା ରେ ମୃତ୍ୟୁ ରଙ୍ଗ ଦେଇଥିବା ପ୍ରକାଶ ସାମନ୍ତ, ହଳଦିଆପଦର ପଞ୍ଚାୟତର ବହୁ ଦୁର୍ନୀତି ରେ ଲିପ୍ତ ଥିବା ହଳଦିଆପଦର ସରପଞ୍ଚ ରାଜେଶ୍ୱରୀ ଦୋରା, ଗୋଳନ୍ଥରା ଥାନାରେ ରୁଜ୍ଜୁ ହୋଇଥିବା ବହୁ ମାମଲାର ଜଡିତ ଥିବା ସି.ଏଚ୍ ନରେସ୍ ସେହିଭଳି ବହୁ ମାମଲାରେ ଜଡ଼ିତ ଥାଇ ପୋଲିସ୍ ଜାଲରୁ ଫେରାର୍ ଥିବା ଆସାମୀ ଜିତେନ୍ଦ୍ର ରାଉଳ ପ୍ରମୁଖ ଙ୍କୁ ତୁରନ୍ତ ଗିରଫ କରିବା ସକାଶେ ଏକ ଲିଖିତ ଅଭିଯୋଗ ପତ୍ର ସ୍ଥାନୀୟ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ ଙ୍କୁ ପ୍ରଦାନ କରିଥିଲେ। ସ୍ଥାନୀୟ ଗୋଳନ୍ଥରା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରୁ ଶହ, ଶହ ବି.ଜେ.ପି କାର୍ଯ୍ୟକର୍ତ୍ତା ଏକ ବାଇକ୍ ଶୋଭଯାତ୍ରା ରେ ବାହାରି ଗୋଳନ୍ଥରା ଥାନା ରେ ପହଞ୍ଚି ଥାନା ସମ୍ମୁଖରେ ମୁଖ୍ୟ ଅଭିଯୁକ୍ତ ଅଜିତ କୁମାର ଦାସ, ଅମିତ୍ କୁମାର ଦାସ ଙ୍କ ସମତେ ତାଙ୍କୁ ସୁରକ୍ଷା ଯୋଗାଉଥିବା ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ବିଭିନ୍ନ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଣ୍ଡଳ ସଭାପତି ସନତ୍ କୁମାର୍ ନାୟକ ଓ ବ୍ରଜମୋହନ ନାହକ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭାଶିଷ ସାହୁ, ଯୁବ ମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର, ପୂର୍ବତନ ଜିଲ୍ଲା ଉପସଭାପତି ସୁନିଲ୍ କୁମାର୍ ପାତ୍ର, ରାଜ୍ଯ କିଶାନ୍ ମୋର୍ଚ୍ଚା ସମ୍ପାଦକ ରାଜେଶ୍ କୁମାର ସାହୁ , ପୂର୍ବତନ ମଣ୍ଡଳ ସଭାପତି ରଜତ କୁମାର ପଣ୍ଡିତ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଗୋପୀନାଥ ମହାରଣା, ଭିକି ଦାସ, ଟୁନା ଜେନା, ଅମରେନ୍ଦ୍ର ଜେନା, ଡି. ଯତୀନ୍ , ଅଶ୍ଵିନୀ ପାତ୍ର , ବି. ଗଣେଶ ପ୍ରମୁଖ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ହାଜତ ମୃତ୍ୟୁ ଘଟଣାର ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି...