ପୋଲସରା କଲେଜ ପାଇଁ ଗୌରବ ଆଣିଲେ ମଧୁସ୍ମିତା ।

0
401

ପୋଲସରା, ୦୯/୧୨/୨୦୨୧: ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏଡସ ସଚେତନତା ବିଷୟ ବସ୍ତୁକୁ ନେଇ ଜିଲ୍ଲା ସ୍ତରୀୟ ଗଳ୍ପ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ତିନି ର ତୃତୀୟ ବର୍ଷ ଛାତ୍ରୀ ମଧୁସ୍ମିତା ମହାନ୍ତି ଦ୍ଵିତୀୟ ସ୍ଥାନ ଅଧିକାର କରି କଲେଜ ପାଇଁ ଗୌରବ ଆଣିପାରିଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଳ୍ପ ଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ସ୍ତରରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ମହାନ୍ତି ଦ୍ଵିତୀୟ ସ୍ଥାନ ଅଧିକାର କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ରଙ୍କ ଠାରୁ ପ୍ରମାଣ ପତ୍ର ପାଇଛନ୍ତି। ଏହି ସଫଳତା ପାଇଁ ଛାତ୍ରୀ ମଧୁସ୍ମିତା ଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦିବାକର ମିଶ୍ର, ଯୁବ ରେଡକ୍ରସ ଓ ରେଡ଼ ରିବନ କ୍ଲବ ର ପ୍ରୋଗ୍ରାମ ଅଫିସର, ଦର୍ଶନ ଶାସ୍ତ୍ର ଅଧ୍ୟାପକ ଶେଖ ଫରିଦ୍ ଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here