ଫସଲ କ୍ଷତିର ତୁରନ୍ତ ଆକଳନ ଓ ଉପଯୁକ୍ତ କ୍ଷତିପୂରଣ ପାଈଁ ଜଗନ୍ନାଥପ୍ରସାଦ ବ୍ଲକ ର ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

0
434

ଜଗନ୍ନାଥପ୍ରସାଦ,୦୯/୧୨/୨୦୨୧: କ୍ରାନ୍ତିକାରୀ କୃଷକ ସଭା ଜଗନ୍ନାଥପ୍ରସାଦ ବ୍ଳକ କମିଟି ପକ୍ଷରୁ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଜଗନ୍ନାଥପ୍ରସାଦ ବ୍ଲକରେ ଚାଷୀମାନଙ୍କ ଅବସ୍ଥା ଅତି ଦୟନୀୟ ହୋଇଯାଇଛି l ଧାନ ଫସଲ ବିଲରେ ପାଣି ଜମି ରହି ଧାନ ଫସଲ ନଷ୍ଟ ହେଉଛି ବୋଲି ଅତି କୋହଭରା କଣ୍ଠରେ ତହସିଲଦାର ଙ୍କୁ ସାକ୍ଷାତ କରି ଜଣାଇଛନ୍ତି l ଅଭାବୀ ବର୍ଷା ଯୋଗୁଁ ବହୁ କଷ୍ଟ ଓ ଖର୍ଚ୍ଚାନ୍ତ କରି ଯେଉଁ ଫସଲ ଅମଳ ହେବ ଏବଂ ଭଲରେ ପରିବାର ଗୁଜୁରାଣ ଚଳିବ ବୋଲି ଚିନ୍ତା କରିଥିଲୁ । ଅଦିନିଆ ବର୍ଷା ନଷ୍ଟ ବିନିଷ୍ଟ କରି ଆମ ମୁଣ୍ଡ ଉପରେ ଚଡକ ପକାଇଛି । ଧାନ ଫସଲ ସାଙ୍ଗକୁ ପନିପରିବା ଆଦି ଫସଲ ନଷ୍ଟ ଯୋଗୁଁ ବେଢି ଉପରେ କରଡା ମାଡ ହୋଇଛି । ବନ୍ୟଜନ୍ତୁ ହାତୀ, ବାରାହା ଆଦିର ଉପଦ୍ରବ ଯୋଗୁଁ ଫସଲ କ୍ଷତି ବଢ଼ିବାରେ ଲାଗିଛି । ପୁଣିଥରେ ଆଜି ଠାରୁ ବର୍ଷା ଆରମ୍ଭ ହୋଇ ଆମ ଭୟ ଓ ଆଶଙ୍କାକୁ ବହୁଗୁଣିତ କରୁଅଛି । ଦୀର୍ଘ ୨୨ ବର୍ଷ ଧରି ଶାସନ କରିଆସୁଥିବା ରାଜ୍ୟ ସରକାରଙ୍କ ଗୁରୁଦାୟିତ୍ବ ହେଉଛି ଏଭଳି ଏକ ଦୁର୍ଦ୍ଦନ ସମୟରେ ଚାଷୀକୂଳକୁ ଉପଯୁକ୍ତ ଥଇଥାନ ଦେଇ ଉଦ୍ଧାର କରିବା ଏବଂ ବହୁ ପୁରୁଣା ରିଲିଫକୋଡକୁ ସଂଶୋଧନ କରି ଏକ ସମୟପଯୋଗୀ ପଦକ୍ଷେପ ଗ୍ରହଣ କରିବା । କିନ୍ତୁ ଦୁଖ ଓ ପରିତାପର ବିଷୟ ବିଧାନସଭାରେ କୃଷକ ସଂପର୍କରେ ବ୍ୟାପକ ଆଲୋଚନା କରିବା ବଦଳରେ ଅଚଳାବସ୍ଥା ଲାଗିରହିଛି । ଶାସକ ଓ ବିରୋଧି ଚାଷୀ ପ୍ରତି ସାମାନ୍ୟତମ ଦରଦ ଥିବା ଦେଖାଇ ନାହାନ୍ତି । ଏଥି ପାଇଁ ଆମ ଜିଲ୍ଲାରେ ଫସଲ ହାନୀର ଜ୍ବାଳାକୁ ସହ୍ୟ କରି ନପାରି ୨ ଜଣ ଚାଷୀ ଆତ୍ମହତ୍ୟା କରି ସାରିଛନ୍ତି ତଥାପି ସରକାରଙ୍କ ନିଦ ନଭାଙ୍ଗିବା ଅତି ଉଦବେଗଜନକ ବୋଲି ଦର୍ଶାଇ ରାଜ୍ୟ ସରକାର ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ଏବଂ କେନ୍ଦ୍ର ସରକାର ଙ୍କ ଉପରେ ଉପଯୁକ୍ତ କ୍ଷତିପୂରଣ ପାଇଁ ଚାପ ପ୍ରୟୋଗ କରି ଚାଷୀକୂଳକୁ ଉଦ୍ଧାର କରିବା ପାଈଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l କ୍ରାନ୍ତିକାରୀ କୃଷକ ସଭା ଓ ଆଦିବାସୀ ଭାରତ ମହାସଭା ପକ୍ଷରୁ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଧାନ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଏବଂ ସ୍ଵତନ୍ତ୍ରପ୍ୟାକେଜ ଘୋଷଣା, ଧାନ ଫସଲ ଏକର ପ୍ରତି ୨୦ ହଜାର ଟଙ୍କା ଏବଂ ପନିପରିବା ଓ ଅର୍ଥକାରୀ ଫସଲ ଏକର ପ୍ରତି ୨୫ ହଜାର ଟଙ୍କା କ୍ଷତିପୂରଣ ବ୍ୟବସ୍ଥା, କୃଷି ଋଣକୁ ସମ୍ପୂର୍ଣ ଛାଡ କରିବା, ରବି ଫସଲ ପାଇଁ ବିହନ, ସାର, କୀଟନାଶକ, ଔଷଧ ମାଗଣାରେ ପ୍ରଦାନ କରିବା ସହ ବିନା ସୁଧରେ ଋଣ ବ୍ୟବସ୍ଥା, ଚାଷ ଅମଳ କରିଥିବା ଧାନର ମାନ କୋହଳ କରି ମଣ୍ଡିରେ ସରକାର ନିର୍ଧାରିତ ସର୍ବ ନିମ୍ନ ସହାୟକ ଦରରେ ଧାନ ତୁରନ୍ତ କ୍ରୟ ବ୍ୟବସ୍ଥା, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ମିଲରମାନଙ୍କ ଦୈରାମ୍ୟ, କଟନୀ ଓ ଛଟନୀକୁ ଦୃଢ଼ ହସ୍ତରେ ନିୟନ୍ତ୍ରଣ, କ୍ଷତିପୂରଣ ସହାୟତା ରାଶି ପ୍ରକୃତ ଚାଷୀ, ଭାଗଚାଷୀ ଓ ଆଦିବାସୀଙ୍କୁ ପ୍ରଦାନ କରିବା ବ୍ୟବସ୍ଥା, ପୁରୁଣା ରିଲିଫ କୋଡରେ ସଂଶୋଧନ ଆଣି ସରଳୀକରଣ ଓ ସମୟପଯୋଗୀ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି l ସ୍ମାରକପତ୍ର ପ୍ରଦାନ କରିବା ସମୟରେ ପୁର୍ଣ ଚନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ, ରମେଶ ଭୂୟାଁ, ସନ୍ଧ୍ୟା ରାଣୀ ପ୍ରଧାନ, ଖଲିଆ ପ୍ରଧାନ, ମୁଲିଆ ପ୍ରଧାନ ଆଦି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here