ବ୍ରହ୍ମପୁର,୧୦/୧୨/୨୦୨୧: ସ୍ଥାନୀୟ ଆସ୍କା ରୋଡ଼ ଫାଷ୍ଟ ଗେଟ୍ ନିକଟସ୍ଥ ଧୋବାବନ୍ଧ ହୁଡ଼ା ରାଜୀବ ଆବାସ ଆପର୍ଟମେଣ୍ଟର ୪ନଂ ବ୍ଲକରେ ରହୁଥିବା କିଡନୀ ରୋଗୀ ସନ୍ତୋଷର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ। ପ୍ରକାଶ ଥାଉକି ଅସହାୟ ଗରିବ ସନ୍ତୋଷ ଭୋଜିରେ ସହାୟକ ରୋଷେୟା ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଦିନେ କାମକୁ ନଗଲେ ସେହି ଦିନ ଚୁଲି ବନ୍ଦ। ଏଥିସହ ଦୁଇ ସନ୍ତାନଙ୍କୁ ମୁଠାଏ ଖାଇବାକୁ ନଦେଲେ ନ ଚଳେ। ଏଭଳି ସ୍ଥଳେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ସନ୍ତୋଷଙ୍କ ପାଖରେ ଟଙ୍କାଟିଏ ନାହିଁ। ସନ୍ତୋଷଙ୍କ ରୋଜଗାରରେ ଘର ଚଳୁଥିବା ବେଳେ ସନ୍ତୋଷଙ୍କ ଏଭଳି ପରିସ୍ଥିତି ଯୋଗୁଁ ରୋଜଗାର ପୁରା ଠପ୍ ହୋଇଯାଇଥିଲା ଏବଂ ଦୁଇ ବେଳା ଦୁଇ ମୁଠା ଖାଇବା କଷ୍ଟକର ହୋଇ ପଡ଼ୁଥିବା ସ୍ତ୍ରୀ ଗୀତାଞ୍ଜଳି ଶୋକଭରା କଣ୍ଠରେ ସାମ୍ବାଦିକ ଲଲାଟେନ୍ଦୁ ଚୈଧୁରୀଙ୍କୁ କହିଥିଲେ। ତଥାପି ସ୍ତ୍ରୀ ସ୍ବାମୀର ଜୀବନ ବଞ୍ଚାଇବା ପାଇଁ ସ୍ୱାମୀକୁ ଧରି ବହୁ ବାର ବିଶାଖାପାଟଣା ନେଇ ଚିକିତ୍ସା କରି ସର୍ବସ୍ବାନ୍ତ ହୋଇ ସମସ୍ତ ଆଶା ଭରଷା ଛାଡ଼ି ଦେଇଥିବା ବେଳେ ସାମ୍ବାଦିକ ଚୌଧୁରୀ ପରିବାରର ଅସରନ୍ତି ଦୁଃଖ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଏହି ବିଷୟରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମହାନଗର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଉକ୍ତ ବ୍ୟକ୍ତିକୁ ଉନ୍ନତ ଚିକିତ୍ସା ଏବଂ ପରିବାରକୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ନିବେଦନ କରିଥଲେ। ବର୍ତ୍ତମାନ ସନ୍ତୋଷ ବଡ ମେଡିକାଲ ନେପଫୋରଲଜୀ ୱାର୍ଡରେ ଚିକିତ୍ସାଧିନ ଅଛନ୍ତି । ସବୁ କଥା ଅବଗତ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ କିର୍ତ୍ତି ଭାସନ୍ ସହାୟତା ରେଡ କ୍ରସ୍ ପାଣ୍ଠିରୁ ୭ ହାଜର ୫୦୦ ଟଙ୍କା ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କ ଦ୍ବାରା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନାଜିର୍ ମନୋରଞ୍ଜନ ମିଶ୍ର ଏବଂ ଏମକେସିଜି କ୍ୟାଜୁଆଲଟି ମ୍ୟାନେଜର ସନ୍ତୋଷ ପଣ୍ଡାଙ୍କ ଉପସ୍ଥିତିରେ ଆପାତ କାଳୀନ ଚିକିତ୍ସା ପାଇଁ ପ୍ରଦାନ କରିଥଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦେକ୍ଷପ ନିଆଯାଇ ଜଣେ ଅସହାୟକୁ ସାହାଯ୍ୟ ଓ ସହାୟତା ମିଳିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ସାଧୁବାଦ ଜଣାଇଥିଲେ ।