ବ୍ରହ୍ମପୁର,୧୧/୧୨/୨୦୨୧: ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ପାଇଁ ଚିଠା ସଂରକ୍ଷଣ ଓ ଓ୍ବାର୍ଡ ପୂନର୍ଗଠନ ତାଲିକା ଗତକାଲି ପ୍ରକାଶ ପାଇଛି। ଚିଠା ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମ କୁ ୪୨ ଟି ଓ୍ବାର୍ଡ ରେ ପୂନର୍ଗଠନ କରାଯାଇଛି।ପ୍ରକାଶିତ ଏହି ତାଲିକା ରେ ୪୨ ଟି ଓ୍ବାର୍ଡ ମଧ୍ୟରୁ ୧୪ ଟି ଓ୍ବାର୍ଡ ଯଥା ୨,୭,୮,୧୨,୧୭,୧୮,୨୧,୨୨,୨୪,୨୮,୨୯,୩୧,୩୬ ନମ୍ବର ଓ୍ବାର୍ଡ ଅସଂରକ୍ଷିତ ରହିଛି।ସେପରି ଓ୍ବାର୍ଡ ନମ୍ବର ୩,୪,୬,୧୩,୧୪,୧୫,୧୬,୩୩,୩୭,୩୮,୩୯ ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି। ଓ୍ବାର୍ଡ ନମ୍ବର ୫,୧୦,୧୧,୩୦,୪୧,୪୧ ପଛୁଆ ବର୍ଗର ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି।ଓ୍ବାର୍ଡ ନମ୍ବର ୨୬,୨୭,୩୪,୩୫,୪୦ ପଛୁଆ ବର୍ଗ ପ୍ରାର୍ଥୀ ଙ୍କ ପାଇଁ ସଂରକ୍ଷିତ ରହିଛି।ସେପରି ୧ନମ୍ବର ଓ୍ବାର୍ଡ ଏସଟି (ମହିଳା),ଓ୍ବାର୍ଡ ନମ୍ବର-୯ ଏସସି,ଓ୍ବାର୍ଡ ନମ୍ବର -୧୯ ଏବଂ ୨୫ ଏସସି(ମହିଳା) ,ଓ୍ବାର୍ଡ ନମ୍ବର -୨୩ ଏସସି ଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାଯାଇଛି। ଏହା ଚିଠା ପ୍ରକାଶନ ର ଦଶ ଦିନ ମଧ୍ୟରେ କୌଣସି ଆପତ୍ତି, ଅଭିଯୋଗ ପାଇଁ ଆବେଦନ କରିପାରିବେ ବୋଲି ନଗର ଉନ୍ନୟନ ବିଭାଗ ର ଚିଠି ସଂଖ୍ୟା ୨୧୩୭୯/ ତା ୧୦/୧୨/୨୦୨୧ରେ ଉଲ୍ଲେଖ ରହିଛି।