ଗୋଳନ୍ଥରା,୧୪/୧୨/୨୦୨୧: ଗୋଳନ୍ଥରା ଥାନା ସମ୍ମୁଖରେ ଦୁର୍ଘଟଣା ଘଟି ୨ଗୁରୁତର ଅଟୋ ଡ୍ରାଇଭର ସମେତ ୪ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ମଙ୍ଗଳବାର ଦିନ ଏକ ଘଣ୍ଟା ସମୟରେ କୌଣସି କାମରେ ଅଟୋ ଟି ଯାହାର ନଂ ଓଡ଼ି୦୭ କୀୟୁ ୪୮୭୦ ଯୋଗେ ବଇରୀବାଡ଼ ଗ୍ରାମରୁ ଗାଁ ଭଦ୍ରବ୍ୟକ୍ତି କୌଣସି କେଶ ନେଇ ଥାନାକୁ ଅଟୋ ଯୋଗେ ଆସିଥିଲେ। ଥାନା କାମ ସାରି ସମ୍ମୁଖ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଦୁଇ ଜଣ ଯୁବକ ନିଜ ବାଇକ (ଓଡ଼ି୦୭-ଏଜେ୮୯୨୬) ଦ୍ରୁତ ଗତିରେ ଚଳାଇ ଆସି ଛିଡ଼ା ହୋଇଥିବା ଅଟୋ କୁ ଧକ୍କା ଦେଇଥିବା ବେଳେ ଅଟୋ ଟି ଭାରସାମ୍ୟ ହରାଇ ଏକ ଖାଲ କୁ ଓଲଟି ପଡିଥିଲା। ବାଇକ୍ ଚାଳକ ସୁରଜିତ କର ପଛରେ ବସିଥିବା ଶିବ ମହାନ୍ତି ଛିଟିକି ପଡ଼ି ଥିଲେ। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କନିସି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ନେଇଥିଲେ। ଜାତୀୟ ରାଜପଥ ପାଟ୍ରୋଲିଂ ଯୋଗେ ଅଟୋ ରେ ବସିଥିବା ଆହତ ଅଟୋ ଡ୍ରାଇଭର ଓ ୪ଜଣ ଲୋକଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ ପଠାଇ ଥିଲେ। ଏହା ନେଇ କୌଣସି ଏତଲା ହୋଇନଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।