ରଙ୍ଗେଇଲୁଣ୍ଡା : କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ବିଜେପି ର ବିକ୍ଷୋଭ ପ୍ରଦର୍ଶନ

0
417

ରଙ୍ଗେଇଲୁଣ୍ଡା,୨୨/୧୨/୨୦୨୧: ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍ ତରଫରୁ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସ୍ଥାନୀୟ ଭୈରବୀ ମନ୍ଦିର ସମ୍ମାନରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବାହାରି କନିସି ହାଟ ଛକ ନିକଟରେ ପହଞ୍ଚିଥିବା ବେଳେ ଛକ ଉପରେ ଅପେକ୍ଷା କରିଥିବା ୫୪ନଂ ଜୋନ୍ ର ଶତାଧିକ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ଵାଗତ କରିବା ଶହ ମିଳିତ ଭାବେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ କନିଶି ତହସିଲ୍ ଅଫିସ୍ ଘେରାଉ କରିବା ଶହ ନାରାବାଜି ପଦର୍ଶନ କରିଥିଲେ। ଗତ ଲଗାଣ ବର୍ଷାରେ ଚାଷୀକୁଳ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ତହସିଲ୍ ଦାର୍ କୌଣସି ଚାଷୀ ପାଖକୁ ଗଲେ ନାହିଁ କି ଏଯାବତ୍ ପଇସା ଟିଏ ମଧ୍ୟ କ୍ଷତି ପୂରଣ ଦେଲେ ନାହିଁ। ଅନ୍ୟପକ୍ଷରେ କୃଷକ ଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଉଦ୍ଦିଷ୍ଟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପି.ଏମ୍ କିଶାନ୍ ଯୋଜନାରେ କନିଶି ତହସିଲ୍ ର ବଞ୍ଚିତ ଚାଷୀ ଙ୍କୁ ସାମିଲ୍ କଲେ ନାହିଁ । ଅନ୍ୟପଟେ ରଙ୍ଗେଇଲୁଣ୍ଡା ବ୍ଲକ୍ ର ଇଞ୍ଚେ ମଧ୍ୟ ଚାଷ ଜମି କୁ ଜଳସେଚନ ର ବ୍ୟବସ୍ଥା ନଥିବା ବିଜେପି ଅଭିଯୋଗ କରିଛି। ବାସହୀନ ମାନଙ୍କୁ ନିମନ୍ତେ ବାସଉପଯୋଗି ଜମି ଯୋଗାଇ ଦିଆଯାଇନଥିବା ବେଳେ ଘୋଷଣା ସର୍ବସ୍ବ ସରକାରଙ୍କ ପ୍ରତିଶ୍ରୁତି ମାଳମାଳ ବୋଲି ବିଜେପି କଟାକ୍ଷ କରିଛି। ମୋରମ , ବାଲି , ପଥର ଖଣି ବେଧଡକ ଲୁଟୁଥିବା ମାଫିଆ ମାନଙ୍କର ରକ୍ଷାକବଚ ସାଜି ଅନୁକମ୍ପା ଦେଖାଇ ଟ୍ରାକ୍ଟର ଖଣ୍ଡେ ରଖିଥିବା ଚାଷୀ କୁ ମାଟି ଗଣ୍ଡେ ନେଲେ ପ୍ରଚୁର ଅର୍ଥ ଆଦାୟ କରାଯାଇଥିବା ସ୍ମାରକ ପତ୍ର ରେ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗୋପବନ୍ଧୁ ଚାପରେ ବି.ଜେ.ଡି ଦଳୀୟ ଆଧାରରେ ମୋରମ , ପଥର ଖଣି ଦେବା , ବାଛି ,ବାଛି ପଟ୍ଟା ଦେବା , ସରକାରୀ ଜମିକୁ ଜବର ଦଖଲ କରି ଅନ୍ୟକୁ ଦାଉ ସାଧିଲା ଭଳି ଅନୈତିକ କାମ କନିସି ତହସିଲ୍ ଅଫିସ ରେ କରାଯାଉଥିବା ଲିଖିତ ଅଭିଯୋଗ କରାଯାଇ ଏକ ସ୍ମାରକ ପତ୍ର ତହସିଲଦାର ସୋନାଲି ଚାନ୍ଦ୍ ଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ତହସିଲ୍ ଅଫିସ ସାମ୍ନାରୁ ପଦଯାତ୍ରା ରେ ବାହାରି ରଙ୍ଗେଇ ଲୁଣ୍ଡା ବ୍ଲକ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ପ୍ରଦର୍ଶନ କରଯାଇଥିଲା। ଗତ ଲଗାଣ ବର୍ଷାରେ ଚାଷୀକୁଳ ର ବ୍ୟାପକ କ୍ଷେୟକ୍ଷତି ହୋଇଥିବା ବେଳେ ପୋଡାଘରୁ ରୁଅ ଖଣ୍ଡେ ଭଳି ଯେତିକି ବିଲରୁ ଅମଳ ଧାନ ଗଣ୍ଡିକ ମଣ୍ଡିରେ ବିକିବା ପାଇଁ ଚାଷୀ ଚାତକ ଭଳି ସିତ କାକରରେ ପଡ଼ିରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ଏଫ୍ ଏ କ୍ୟୁ ମାନ ଆକଳନ କରି ଦାନ ନେଉନଥିବା ଅଭିଯୋଗ ହୋଇଛି। ସେହିଭଳି ମନରେଗା ଯୋଜନା ରେ ବ୍ୟାପକ ହରି ଲୁଟ୍ ହେଉଥିବା ଏବଂ ଦଳୀୟ ଆଧାରରେ ବିଜେଡ଼ି ଲୋକଙ୍କୁ କାମ ବାଣ୍ଟିବା ଭଳି ଆଲିଖିତ ପତୁଆ ଜାରି କରାଯାଉଥିବାର ଅଭିଯୋଗ କରିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନ ପ୍ରକୃତ ହିତାଧିକାରି ବଞ୍ଚିତ ହୋଇ ରହିଯାଉଥିବା ବେଳେ ପକ୍କାଘର ଥିବା ସତ୍ତ୍ବେ ଦୁଇ ଦୁଇଟି ଆବାସ ଘର ମିଳିଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଙ୍କ ଚାପରେ ବି ଡି ଓ ମହୋଦୟ ବିଜେଡି ପ୍ରାର୍ଥି ଚୟନ କାମରେ ନିଜେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି ବୋଲି ବିଜେପି ଅଭିଯୋଗ କରି ଏକ ସ୍ମାରକ ପତ୍ର ରଙ୍ଗେଇଲୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଙ୍କୁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିନୋଦ ଚନ୍ଦ୍ର ମିଶ୍ର, ମଣ୍ଡଳ ସଭାପତି ସନତ୍ କୁମାର୍ ନାୟକ, ବ୍ରଜମୋହନ ନାହକ, ପ୍ରଦୀପ କୁମାର ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ଜିଲ୍ଲାକୃଷକ ମୋର୍ଚ୍ଚା ସଭାପତି ଚିନ୍ମୟାନନ୍ଦ ଦାସ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ. ଡମ୍ବୁରୁ ରେଡ୍ଡୀ, କୃଷକ ମୋର୍ଚ୍ଚା ରାଜ୍ୟସମ୍ପାଦକ ରାଜେଶ ସାହୁ,ଯୁବ ମୋର୍ଚ୍ଚା ରାଜ୍ଯ କାର୍ଯ୍ୟକାରୀଣି ସଦସ୍ୟ ସୁବାସିଶ୍ ସାହୁ, ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଜଗମୋହନ ପାତ୍ର, ପୂର୍ବତନ ଜିଲ୍ଲା ଉପସଭାପତି ସୁନିଲ କୁମାର ପାତ୍ର, ଗୋପୀନାଥ ମହାରଣା ,ସନ୍ତୋଷିନି ମହାରଣା, ନିରୂପମା ମହାନ୍ତି, ସୁଭାଷିନି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ତହସିଲ୍ ଓ ବ୍ଲକ ପ୍ରଶାସନ ଉପରେ ବର୍ଷିବା ସହ କାର୍ଯ୍ୟକ୍ରମ କୁ ସଫଳ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here