ଭୂବନେଶ୍ୱର,୨୪/୧୨/୨୦୨୧:
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଆଜି ସରକାର ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
୭ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ, ୫ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ, ୧୦ ଅଧ୍ୟକ୍ଷ ପଦକୁ ଅଣସଂରକ୍ଷିତ ରଖାଯାଇଛି । ୫୦ ପ୍ରତିଶତ ବା ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ।
ଅଣସଂରକ୍ଷିତ ପଦ- ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼. ବାଲେଶ୍ବର ଓ ସୋନପୁର ଅଣସଂରକ୍ଷିତ।
ମହିଳାଙ୍କ ପାଇଁ ସଂରକ୍ଷିତ- କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ।
ମହିଳା- ଝାରସୁଗୁଡ଼ା, ଢେଙ୍କାନାଳ, ନୂଆପଡ଼ା, ପୁରୀ, ବଲାଙ୍ଗିର।
ମହିଳା- ବୌଦ୍ଧ, ମାଲକାନଗିରି, ଯାଜପୁର, ରାୟଗଡ଼ା ଓ ସମ୍ବଲପୁର
ଅନୁସୂଚିତ ଜନଜାତି- କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼।
ଅନୁସୂଚିତ ଜାତି- କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ, ଭଦ୍ରକ, ଯାଜପୁର।ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ, ପରାମର୍ଶ ଦେବାକୁ ଆହ୍ବାନ ଦେବାକୁ ଚିଠା ବିଜ୍ଞପ୍ତି ରେ ଉଲ୍ଲେଖ କରିଛନ୍ତି।