ବୁଗୁଡା, ୨୬/୧୨/୨୦୨୧: ପ୍ରାକୃତିକ ଶୋଭାକୁ କୋଳେଇ ନେଇଥିବା ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ବୁଗୁଡା ପିପୁଲସ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଛାତ୍ରଛାତ୍ରୀ ମାନଙ୍କ ସହ ଭାବର ଆଦାନ ପ୍ରଦାନ ପାଇଁ ଏକ କାର୍ଯ୍ୟକ୍ରମ ଡିସେମ୍ବର ୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପଦାର୍ଥ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ବାଛିଥିଲେ ବିଭାଗର ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ। ଅଧ୍ୟପାକ ହରେକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ବିଭାଗୀୟ ମୁଖ୍ୟ ଶ୍ରୀ ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବିଭିନ୍ନ ବିଭାଗର ଅଧ୍ୟାପକ ପ୍ରଭଞ୍ଜନ ମୁନି, ଆତ୍ମା ପ୍ରକାଶ ନାୟକ, ରବୀନ୍ଦ୍ର ପୋଲାଇ, ଦିଲ୍ଲୀପ କୁମାର ସାହୁ, ଭଗବାନ ସ୍ବାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇଥିଲା। ଏହି ଭାବର ଆଦାନପ୍ରଦାନ ମଧ୍ୟରେ ଅଧ୍ୟପାକ ବୃନ୍ଦ ଏବଂ ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ମହାବିଦ୍ୟାଳୟ ନିୟମାବଳୀ ସହ ବିଭିନ୍ନ ଆଦର୍ଶ ବିଷୟ ଶିକ୍ଷାଲାଭ କରିପାରିଥିଲେ। ଶେଷରେ ବିଭାଗର ଅଧ୍ୟପାକ ଶ୍ରୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା