ଭୂବନେଶ୍ୱର,୩୦/୧୨/୨୦୨୧:
ଜାନୁଆରି ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଘୋଷଣା କରିଛନ୍ତି । ଜାନୁଆରି ମାସ ପାଇଁ କଟକଣା କଡାକଡି କରାଯାଇଛି । କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ପୂରା ଜାନୁଆରି ମାସରେ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହି ନିୟମ ଜାନୁଆରି ୧ରୁ ଫେବ୍ରୁଆରି ୧, ୨୦୨୨ ଯାଏଁ ବଳବତ୍ତର ରହିବ ।ନାଇଟ କର୍ଫ୍ୟୁ ବେଳେ ଯିବା ଆସିବା ବନ୍ଦ ରହିବ । ସେହିପରି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ଉପରେ କଟକଣା ଲାଗୁକରାଯାଇଛି । ସେହିପରି ନୂଆ ବର୍ଷ ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି ।ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶ କୁ ବାରଣ କରାଯିବା ସହ ରାଜନୈତିକ ସମାବେଶ ରେ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି।ପ୍ରଦର୍ଶନୀ, ବାଣିଜ୍ୟ ମେଳା ବା ଅନ୍ୟାନ୍ୟ ମେଳା କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ସେପରି ହୋଟେଲ, ପାର୍କ ରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମଧ୍ୟ ବାରଣ କରାଯାଇଛି।
Home ବ୍ରହ୍ମପୁର ସ୍ପେଶାଳ ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଲେ ରାଜ୍ୟ ସରକାର। ରାତି ୧୦ରୁ ନାଇଟ୍ କର୍ଫ୍ୟୁ।...