ବ୍ରହ୍ମପୁର,୩୦/୧୨/୨୦୨୧:
କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜୁଗୁଡି ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ମୋ ବିଦ୍ୟାଳୟ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ନାୟକ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟୁଟୁ ସାହୁ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ କୁକୁଡାଖଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତମୟ ରଞ୍ଜନ ଜେନା, ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ . ଗିରିଧାରୀ , ଗଂଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସାରଥୀ ପାତ୍ର ,ଏ ବି ଓ ତ୍ରିନାଥ ମଲ୍ଲିକ,ସିଆରସିସି ମାନସ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମୋ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ ଆର୍ଥିକ ସହାୟତା ବିଦ୍ୟାଳୟ କୁ ପ୍ରଦାନ କରାଯାଇଥିଲା।ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ର ଅତିରିକ୍ତ ଆଉ ଦୁଇଗୁଣା ରାଶି ବିଦ୍ୟାଳୟ କୁ ପ୍ରଦାନ କରାଯାଇଥିବା ବେଳେ ଏହି ଅନୁଦାନ ରାଶିରେ ବିଦ୍ୟାଳୟ ନିମନ୍ତେ ଚେୟାର ଟେବୁଲ, ଆକ୍ୱଆଗାର୍ଡ,କମ୍ପ୍ୟୁଟର, ପ୍ରିଣ୍ଟର,ଲୁହା ଗ୍ରୀଲ ଆଦି ସାମଗ୍ରୀ କିଣା ଯାଇଥିଲା ।ବିଦ୍ୟାଳୟର ପୁରାତନ ଛାତ୍ର ତଥା ବର୍ତ୍ତମାନ ଆମେରିକାରେ ଚାକିରୀ କରୁଥିବା ଛାତ୍ର ସୁଦାମ ସାହୁ ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ହେମନ୍ତ କର ପଚିଶ ହଜାର ଟଙ୍କା,ଭଗବାନ ସାହୁ ପାଞ୍ଚ ହଜାର ଟଙ୍କା, ନନ୍ଦ କିଶ୍ୱର ସାହୁ ପାଞ୍ଚହଜାର ଟଙ୍କା ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଅର୍ଥ ରାଶି ପ୍ରଦାନ କରିଥିଲେ ।
ଏଥିସହିତ ବିଦ୍ୟାଳୟ ପକ୍ଷରୁ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ, ବ୍ରହ୍ମପୁର ପ୍ରେସ କ୍ଳବର ସଭାପତି ଗୋପାଳ ପଟ୍ଟନାୟକ,କ୍ରାଇମ ରିପୋର୍ଟର ଚିରଞ୍ଜିତ ରାଜଗୁରୁ, ସାମ୍ବାଦିକ ରାଜୀବ ଲୋଚନ ମିଶ୍ର,ସାମ୍ବାଦିକ ଉମାଶଙ୍କର ସାହୁ, ସାମ୍ବାଦିକ ସୁଦର୍ଶନ ରାଉଳ,ସାମ୍ବାଦିକ ଦିଲ୍ଲୀପ ସାହୁ,ସାମ୍ବାଦିକ ଟୁଟୁ ମହାପାତ୍ର, ଏବଂସାମ୍ବାଦିକ ସତ୍ୟ ଚେତନ ପରିଡ଼ାଙ୍କୁ ବିଦ୍ୟାଳୟ ପକ୍ଷରୁ ଉପୋଢକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ ।ସୂର୍ଯ୍ୟ ଦାସ ବିବରଣୀ ପାଠ କରିଥିବା ବେଳେ କିର୍ତ୍ତନ ସେଠୀ, ରବିନ୍ଦ୍ର ମଲ୍ଲିକ, ତ୍ରିଲୋଚନ ବେହେରା, ଆରତୀ ବିଷୟୀ,ମଞ୍ଜୁ କେଶ ପାଣିଗ୍ରାହୀ, ସୁନିଲ ବେହେରା, ଜି ମଧୁସୂଦନ ରାଓ,ମୁକ୍ତି ରାମ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।