ବ୍ରହ୍ମପୁର, ୦୨ /୦୧ /୨୦୨୨: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ସିଙ୍ଗିପୁର ପଂଚାୟତ ସଦର ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଅନ୍ତର୍ଗତରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ଆଜି ଅପରାହ୍ନରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଶୁଭ ଉଦଘାଟନ କରିବା ସହିତ ଲୋକାର୍ପିତ କରିଛନ୍ତି । ସରକାରଙ୍କ ଘରଘରକୁ ପାନୀୟ ଜଳ ଯୋଗାଣ ପାଇଁ ୧ କୋଟି ୬୮ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ପାଇପ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରି ଗ୍ରାମରେ ଥିବା ୧୨୫୭ ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ଭାସ୍କର ରାଉତ , ସମିତି ସଭ୍ୟା ଶ୍ରୀମତୀ ମମତା କୁମାରୀ ମହାରଣା , ବ୍ଲକ୍ କଂଗ୍ରେସ ସଭାପତି ବାବୁଲା ଦୋରା , ଚିନ୍ମୟ କୁମାର ହୋତା , ଯୁବ ସଂଗଠକ ମୁକୁନ୍ଦ ବରାଡ , ସଂଗଠକ ପ୍ରଫୁଲ୍ଲ ବିଷୋୟୀ , ବରିଷ୍ଟ ବ୍ୟକ୍ତିତ୍ଵ ଅଶୋକ କୁମାର ମିଶ୍ରଙ୍କ ଉପସ୍ଥିତିରେ ନବନିର୍ମିତ ପମ୍ପ ହାଉସ ସହ ପାଣିଟାଙ୍କିକୁ ଉଦଘାଟନ କରିଛନ୍ତି । ଗ୍ରାମବାସୀଙ୍କ ଅନୁରୋଧ ଏବଂ ଜନ ସାଧାରଣଙ୍କ ସମାଗମରେ ଆୟୋଜିତ ଏହି ଉଦଘାଟନ ପର୍ବରେ ଯୁବ ବ୍ୟକ୍ତିତ୍ଵ ବିନୋଦ କୁମାର ସାହୁ , ସୁଶାନ୍ତ ରଣା , କୈଳାସ ଚନ୍ଦ୍ର ସାହୁ , ଟୁକୁ ଚୌଧୁରୀ , ସୁଶାନ୍ତ ବିଷୋୟୀ , ବାବୁଲା ବିଷୋୟୀ , ସନ୍ତୋଷ ଦୋରା , ଛଣମେରୀର ଜିଣ୍ଟୁ ସାହୁ , ମୌଲାଭଞ୍ଜାର ସଞ୍ଜୟ ବିଷୋୟୀ ପ୍ରମୁଖଙ୍କ ସହ ତଥା ଗ୍ରାମବାସୀଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ ।