ପାତ୍ରପୁର ବ୍ଳକର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଲେ ବିଧାୟିକା ଉଷା ଦେବୀ

0
568

ପାତ୍ରପୁର,୦୩/୦୧/୨୦୨୨: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାତ୍ରପୁର ବ୍ଳକର ବିଭିନ୍ନ ପ୍ରକଳ୍ପକୁ ଗତ ୨ ତାରିଖ ଦିନ ଚିକିଟି ବିଧାୟିକା ଶ୍ରୀମତୀ ଉଷା ଦେବୀ ମହୋଦୟା ଉଦଘାଟନ କରିଥିବା ଜଣାପଡିଛି। ରବିବାର ଦିନ ବିଧାୟିକା ଉଷା ଦେବୀ ଅପରାହ୍ନରେ ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ପଞ୍ଚାୟତରେ ପହଞ୍ଚି ଭିମପୁର ଗ୍ରାମର ହାଇସ୍କୁଲ, କଲ୍ୟାଣ ମଣ୍ଡପ ଅଙ୍ଗନବାଡି, ମୁଣ୍ଡିକିରି ଗ୍ରାମର ଆମ ଗାଁ ଆମ ବିକାଶ ଗ୍ରାମ୍ୟ ମଣ୍ଡପ,ଚୁଡିଆଲାଞ୍ଜି ଗ୍ରାମର ହରିଜନ ସାହି କୁଠଗୃହ,ଗ୍ରାମ୍ୟ ମଣ୍ଡପ ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଖମ୍ଭାରିଗାଁ ଗ୍ରାମ ପଞ୍ଚାୟତ ଖଣ୍ଡଦେଉଲି ଗ୍ରାମରେ ରେଡ୍ଡୀ ସମାଜ କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ। ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଲୋକମାନଙ୍କ ସହ ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ ସ୍ଥାନୀୟ ବିଧାୟିକା ଉଷା ଦେବୀ। ଉଦଘାଟନ କାର୍ଯ୍ୟକ୍ରମରେ ପାତ୍ରପୁର ବ୍ଳକ ଉପାଧ୍ୟକ୍ଷ ଦାସରଥି ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁରଙ୍ଗି ଜୋନ୍ ଜିଲ୍ଲା ପରିଷଦ ପ୍ରକାଶ ଚନ୍ଦ୍ର ଦାସ, ପାତ୍ରପୁର ବ୍ଳକ ସଭାପତି ରାମନାଥ ପାଣିଗ୍ରାହୀ, ପାତ୍ରପୁର ବ୍ଳକ ଯୁବ ସଭାପତି ଜେ. ଧାର୍ମା ରେଡ୍ଡୀ, ସାମନ୍ତୀଆପଲ୍ଲି ସରପଞ୍ଚ ବି ଦେବୀ, ସମିତି ସଭ୍ୟ ରୀତା ନାୟକ,ଖମ୍ଭାରୀଗାଁ ସରପଞ୍ଚ ଏନ୍ ସାନ୍ତାମ୍ମା, ନ୍ୟାୟ ସରପଞ୍ଚ ଏମ୍ ଜୟଲକ୍ଷମି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରୁ କ୍ରିଷ୍ଣା, ଅଞ୍ଚଳ ପ୍ରଧାନ, ଜଗନ୍ନାଥ ସାହୁ,ରୀତା ନାୟକ, ଏମ୍ ଅନନ୍ତ,ବାବୁରାଉ ,କେ ଗୋବିନ୍ଦ ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ।
ରିପୋର୍ଟ- ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here