ଛତ୍ରପୁର,୦୪/୦୧/୨୦୨୨: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ରାତ୍ର ୯ଟା ସମୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କୋଭିଡ ତୃତୀୟ ଲହରକୁ ଦୃଷ୍ଟି ରେ ରଖି ଜିଲ୍ଲାର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ମାନଙ୍କୁ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜନ ସାଧାରଣ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ “ମୋ ସ୍ୱାସ୍ଥ୍ୟ ମୋ ଦାୟିତ୍ୱ” ଉପରେ ଗୁରୁତ୍ୱ ଦେଇଛନ୍ତି । ଗତ କୋଭିଡର ଦୁଇଟି ଲହର ରେ ପଂଚାୟତ ପ୍ରତିନିଧି ମାନେ ଭଲ କାର୍ଯ୍ୟ କରିଥିଲେ l ବର୍ତମାନର ସଂକ୍ରମଣକୁ ଦୃଷ୍ଟିରେ ରଖି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗୁର ଦାୟିତ୍ୱ ଦିଆଯିବ l କାରଣ ଆଗାମୀ ପଂଚାୟତ ନିର୍ବାଚନ ରହିଥିବା ରୁ ପଂଚାୟତ ପ୍ରତିନିଧି ମାନେ ଆଗ ଅପେକ୍ଷା କାମ କରିପାରିବେ କି ନାହିଁ ସନ୍ଦେହ l ଡ଼ାବ୍ଲୁ.ଏସ. ଏଚ. ଜି ଜରିଆରେ ଲୋକଙ୍କୁ କୋଭିଡ ଓ ଓମିକ୍ରନ ସମ୍ପର୍କରେ ସଚେତନତା କରାଇବେ l ଏଥିରେ ଲୋକମାନେ କିପରି ଦୁରେଇ ରହିବେ ସେଥି ନିମନ୍ତେ କାର୍ଯ୍ୟକରିବେ l ମାସ୍କ ହେଉଛି ମୁଖ୍ୟ ଅସ୍ତ୍ର l ଦୋକାନୀ ମାନେ କୋଭିଡ ଟୀକା ନେଇଥିବା ପ୍ରମାଣ ପତ୍ର ଦୋକାନ ସମ୍ମୁଖରେ ଟଙ୍ଗାଇବେ l ମାସ୍କ ଧରପଗଡ଼ ଦିଗରେ ନିୟମିତ ଯାଞ୍ଚ କରାଯିବ l ଵିଵାହ ଏବଂ ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ କଟକଣା ଅନୁଯାୟୀ କରାଯିବ l ଏଥି ନିମନ୍ତେ ଉପ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ l ସରକାରୀ ହେଉ କିମ୍ବା ବେସରକାରୀ ବୈଠକରେ ନୋ ମାସ୍କ ନୋ ମିଟିଂ ନିୟମ ପାଳନ କରାଯିବ l ଆଜି ଠାରୁ ପିକନିକ ସ୍ଥାନ ଗୁଡିକରେ ଭୋଜିଭାତ କରିବା ସମ୍ପୂର୍ଣ ମନା l ମନ୍ଦିର ଗୁଡିକ ରେ ମଧ୍ୟ ଭୋଜି ଭାତ କରିବା ମନା l ବିବାହ ଗୁଡିକ ରେ ପ୍ରଥମେ ପାଞ୍ଚ ମିନିଟ କୋଭିଡ ଉପରେ ସଚେତନତା କରିବାକୁ ପଡିବ l କୋଭିଡ ନିୟମ ଦିଗରେ ଗୁରୁତ୍ୱ ଦିଆଯାଇଛି l ସାନି ଟାଇଜର, ମାସ୍କ ଓ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି l
ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍ରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ I ଜିଲ୍ଲାପାଳ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ଭୂତାଣୁ ସଂକ୍ରମଣକୁ କମ୍ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଜିଲ୍ଲାପାଳ କହିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଖୁବ ଶୀଘ୍ର କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇ କହିଥିଲେ ।ଜିଲ୍ଲାର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଓ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ସିନ୍ଦେ ଦତ୍ତlତ୍ରୟ ଭାଉ ସାହେବ, ବିଏମସି କମିଶନର ଡ଼ ସିଦ୍ଦେଶ୍ବର ବଳିରାମ ବୋନ୍ଦର ଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ମାନେ ଭିସି ମାଧ୍ୟମ ରେ ଯୋଡି ହୋଇଥିଲେ l