ବୁଗୁଡା, ୦୫/୦୧/୨୦୨୨: ବୁଗୁଡା ବ୍ଲକ ଅନ୍ତର୍ଗତ କଲମ୍ବ ଗ୍ରାମର ଛକରେ ଥିବା ପମ୍ପ ହାଉସ ବାରଣ୍ଡାରୁ ଜଣେ ଅଜଣା ମହିଳା ଙ୍କ ମୃତ ଶରୀର ଜାନୁଆରୀ ୦୫ ତାରିଖ ଦିନ ଉଦ୍ଧାର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛି ଯେ ଜଣେ ଅଜଣା ମହିଳା କଳମ୍ବ ଗ୍ରାମର ଛକରେ ଥିବା ପାଣି ପମ୍ପ ହାଉସ ବାରଣ୍ଡାରେ ଦୀର୍ଘ ସମୟ ଧରି ପଡିରହିଥିବା ଗ୍ରାମବାସୀ ଜାଣିବା ପରେ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବୁଗୁଡ଼ାରୁ ଆମ୍ବୁଲାନ୍ସ ଯାଇ ମହିଳାଙ୍କୁ ଉଦ୍ଧାରକରି ବୁଗୁଡା ମେଡ଼ିକାଲକୁ ଆଣିଥିଲେ। ପରୀକ୍ଷା ପରେ ଡାକ୍ତର ମହିଳା ଜଣଙ୍କ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟ ମହିଳାଙ୍କ ପରିଚୟ ପାଇଁ ଅନୁସନ୍ଧାନ ଜାରି ରହିଥିବା ବାଲିପଦର ଫାଣ୍ଡି ଓଆଇସି ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା