ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ସେବା ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କଲା କଂଗ୍ରେସ

0
1214

ବ୍ରହ୍ମପୁର,୦୫/୦୨/୨୦୨୨ (ବ୍ୟୁରୋ ରିପୋର୍ଟ)-:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ୍ . ଛଚିନା ପଞ୍ଚାୟତରେ ସେବା ସମବାୟ ସମିତି ସମ୍ପାଦକ ନିର୍ବାଚନ ପ୍ରଚାରରେ ସାମିଲ ହେବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ଗତ ଶୁକ୍ରବାର ଦିନ ଏସ. ଛଚିନା ପଞ୍ଚାୟତର ସେବା ସମବାୟ ସମିତି ସମ୍ପାଦକ ନିଳାଞ୍ଚଳ ନାୟକ ଶାସକ ଦଳର ନିର୍ବାଚନ ପ୍ରଚାର ସମୟରେ ସାମିଲଥିବା ଫୋଟ ଭାଇରାଲ ହେବା ପରେ ଆଜି ଗଞ୍ଜାମ ଜିଲ୍ଲା ଏସସି ସେଲ୍ ଚେୟାରମ୍ୟାନ ଭୋକାଲି ସେଠୀ ଦୃଢ ନିନ୍ଦା କରିଛନ୍ତି । ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତିି, ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିବା ବେଳେ ସମବାୟ ସମିତିର ସମ୍ପାଦକ ନିର୍ବାଚନ ପ୍ରଚାରରେ ସାମିଲ ହେବା ସରକାରୀ ଗାଇଡଲାଇନର ବିରୋଧାଚରଣ କରୁଛି । ତଥାପି ଜଣେ ସମବାୟ ସମିତିର ସମ୍ପାଦକ ହୋଇ ମଧ୍ୟ ଖୁଲମଖୁଲା ଶାସକ ଦଳର ବିଧାୟିକାଙ୍କ ସହିତ ମିଶି ନିର୍ବାଚନ ପ୍ରଚାରରେ ସାମିଲ ହେବା ସରକାରୀ ଆଚରଣ ବିଧିର ପୁରାପୁରି ଉଲଂଘନ । ଏହା ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲକୁ ଆଶ୍ଚାର୍ଯ୍ୟାନ୍ୱିତ କରିଛି । ଏପରିସ୍ଥଳେ କଂଗ୍ରେସର ଏ କ୍ଷୀଣ ପ୍ରତିବାଦ ବିରୋଧି ଦଳର ଉପସ୍ଥିତିକୁ ନେଇ ଜନସାଧାରଣରେ ଆଲୋଚନା ଚାଲିଛି । ଏବେ ଭୋକାଲି ସେଠୀ ପ୍ରଶ୍ନ କରିଛନ୍ତି ଯେ, ଶାସକ ଦଳ ବିଧାୟିକାଙ୍କ ପାଇଁ ଏସ୍. ଛଚିନା ପଞ୍ଚାୟତକୁ ସରକାରୀ ଓ ପ୍ରଶାସନ କଣ ନିଲାମ କରିଛନ୍ତି କି ? ଜିଲ୍ଲା ପ୍ରଶାସନ ସରକାରୀ ବିଧି ବ୍ୟବସ୍ଥାକୁ ଖୋଲାଖୋଲି ଉଲଂଘନ କରୁଥିବା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସେଠୀ ଦାବୀ କରିଛନ୍ତି । ଆଗରୁ ଏହି ପଞ୍ଚାୟତରେ ଆୟୋଜିତ ଗୁଆଘଅ ଗୀତ ଓ ବନ୍ଧୁ ମିଳନ ନାଁରେ କାର୍ଯ୍ୟକ୍ରମକୁ ନେଇ ବିଧାୟିକା ଙ୍କ ନାମରେ ଥାନା ରେ ମାମଲା ଦାୟର ହୋଇଥିବା ବେଳେ ଏବେ ଏ ଆଚଣଣ ବିଧି ଉଲଂଘନ ନେଇ ଚର୍ଚ୍ଚା ଜୋର ଧରିଛି ।ଦେଖାଯାଉ ଏ ଉପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା । ଏ ନେଇ ସେବା ସମବାୟ ସମିତି ସମ୍ପାଦକ ଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।

LEAVE A REPLY

Please enter your comment!
Please enter your name here