ବୁଗୁଡା,୦୬/୦୨/୨୦୨୨: ବୁଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଫେବୃଆରୀ ୦୬ ତାରିଖ ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ସାଇ ମନ୍ଦିର ପରିସରରେ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଥିସହ ବହୁମୂତ୍ର ଓ ଉଚ୍ଚ ରକ୍ତଚାପ ପରୀକ୍ଷା ମଧ୍ୟ କରାଯାଇଥିଲା। ସଙ୍ଗଠନ ର ସଦସ୍ୟ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା