କର୍ଣ୍ଣାଟକରେ ଦାଦନ ଶ୍ରମିକଙ୍କ ମୃତ୍ୟୁ।

0
321

ପାତ୍ରପୁର ,୦୭/୦୨/୨୦୨୨:
ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ(୫୦) କର୍ଣ୍ଣାଟକରେ ଶନିବାର ମୃତ୍ୟୁ ବରଣ କରିଥିବା ଜଣାପଡିଛି। କୃଷ୍ଣ ଓ ତାଙ୍କ ପୁଅ ଏବଂ ଭଣଜା ସହ କର୍ଣ୍ଣାଟକର ବାଲ୍ଲାରୀ ସ୍ଥିତ ଏକ ଘରୋଇ କମ୍ପାନୀରେ ଦୀର୍ଘ ଦିନ ଧରି କାମ କରୁଥିଲେ ।ଗତ ସପ୍ତାହରେ ପୁଅ ଗ୍ରାମକୁ ଆସିଥିବା ବେଳେ କୃଷ୍ଣଙ୍କ ଦେହ ଅସୁସ୍ଥ ହେଇଥିଲା l ଖବର ପାଇ ପୁଅ ତୁରନ୍ତ ବାଲ୍ଲାରୀ ଯାଇ ବାପାଙ୍କୁ ସେଠାକାର ସରକାରୀ ଡାକ୍ତରଖାନରେ ଭର୍ତି କରିଥିଲେ l ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ରବିବାର ଗ୍ରାମକୁ ଆଣି ଦହନ ସତ୍କାର କରାଯାଇଥିଲା। କୃଷ୍ଣ ଚନ୍ଦ୍ରଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଶୋକ ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here