ରାତି ପାଟ୍ରୋଲିଙ୍ଗ ସମୟରେ ଡକାୟତ ଗ୍ୟାଂକୁ ଧରିଲା ଆସିକା ପୋଲିସ ।

0
401

ଆସିକା, ୦୭/୦୨/୨୦୨୨:ଗଞ୍ଜାମ ପୋଲିସ ଜିଲ୍ଲା ଆସିକା ଥାନା ପୋଲିସ ଦ୍ବାରା ଗତକାଲି ରାତି ପାଟ୍ରୋଲିଙ୍ଗ ସମୟରେ ଖବର ପାଇ ଆସିକା ଚାରି ମାଇଲି ନିକଟରେ କିଛି ବ୍ୟକ୍ତି ସନ୍ଦେହ ଜନକ ଅବସ୍ଥାରେ ବିଶ୍ରାମାଗର ଭିତରେ ଅସ୍ତ୍ରସସ୍ତ୍ରରେ ସଜିତ ହୋଇଥିବା ଜାଣି ଚଢାଉ କରିଥିଲେ । ଚଢାଉ ସମୟରେ ଜନୈକ ବ୍ୟକ୍ତି ଏଥରୁ ଖସିଯାଇଥିବା ବେଳେ ପୁଲିସ ପକ୍ଷରୁ ଚାରି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସନ୍ଧୁଗ୍ଧ ଚାରିଜଣ ଏବଂ ବସିଥିବା ସ୍ଥାନକୁ ତନଖି ସମୟରେ ୦୪ ଟି ପିସ୍ତଲ ୧୬ ରାଉଣ୍ଡ ଗୁଳି , ୮ ଟି ଜୀବନ୍ତ ହାତବୋମା , ଦୁଇଟି ବାଇକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ରକୁ ଜବତ କରିଥିଲା । ପରବର୍ତ୍ତୀ ଅନୁସନ୍ଧାନରୁ ସେମାନେ ରାତ୍ରୀ ସମୟରେ ନିର୍ଦ୍ଧିଷ୍ଟ ଏକ ସୁନା ଦୋକାନରେ ଡକାୟତି କରିବା ଯୋଜନାରେ ଥିବା ଜଣାଯାଇଥିଲା । ଆସିକା ପୋଲିସ ସନ୍ଧିଗ୍ଧଙ୍କ ଠାରୁ ସମସ୍ତ ଜିନିଷ ଜବତ କରି ସେମାନଙ୍କୁ ଥାନାରେ ଅଟକ ରଖି ସେମାନଙ୍କ ଅନ୍ୟ ଘଟଣାରେ ସଂପୃକ୍ତି ଓ ପରବର୍ତ୍ତୀ କାର୍ଯ୍ୟଧାରାକୁ ନେଇ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here