ଆନ୍ଦୋଳନରତ ଅଧିକାରୀ ଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଟାଟା ପାଓ୍ବାର କର୍ତ୍ତୃପକ୍ଷ

0
421

ବ୍ରହ୍ମପୁର,୦୮/୦୨/୨୦୨୨:

ଟାଟା ପାଓ୍ବାର ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ (ଟିପିଏସଓଡିଏଲ) ପକ୍ଷରୁ ଅଧିକାରୀ ଙ୍କ ଚାକିରୀ ସର୍ତ୍ତାବଳୀ ରେ ପରିବର୍ତ୍ତନ ନେଇ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ର ଆଜି ଅନ୍ତ ଘଟିଛି।ଗତକାଲି ଠାରୁ ଚାଲିଥିବା ଅଧିକାରୀ ମାନଙ୍କ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି।ଆନ୍ଦୋଳନ ରତ ଅଧିକାରୀ ମାନଙ୍କ ସହ ଟାଟା ପାଓ୍ବାର ଲିମିଟେଡ଼ ର ମାନବ ସମ୍ବଳ ବିଭାଗ ଅଧିକାରୀ ଙ୍କ ସହ ଆଲୋଚନା ପରେ ଗତ ୩ ତାରିଖରେ ହୋଇଥିବା ନିର୍ଦ୍ଦେଶ ନାମା କୁ ପ୍ରତ୍ୟାହାର କରାଯାଇଛି।ଉଲ୍ଲେଖନୀୟ ଯେ, ଗତ ୩ ତାରିଖରେ ଟାଟା ପାୱାର ମାନବ ସମ୍ବଳ ବିଭାଗ ତରଫରୁ ଏକ ନିର୍ଦେଶନାମା ଜାରି ହୋଇଥିଲା, ଯେଉଁ ଥିରେ ଯାନ୍ତ୍ରିକ, ମାନବ ସମ୍ବଳ, ଅର୍ଥ ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଯଦି କୌଣସି ପ୍ରକାର ଅଭିଯୋଗ ଆସିବ କିମ୍ବା କାର୍ଯ୍ୟରେ ଅବହେଳାର ପ୍ରମାଣ ମିଳିବ, ତେବେ କାର୍ଯ୍ୟାତ୍ମକ ମୁଖ୍ୟ(ଫଙ୍କସନାଲ ହେଡ୍‌) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ଏହି ଉଲ୍ଲେଖ ରହିଥିଲା । ଏପରିକି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚାହିଁଲେ ମଧ୍ୟ ଜଣେ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର
କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଥିବା ଏବଂ ଏହି ନିର୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉଲ୍ଲେଖ ରହିଥିଲା । ଏଭଳି ନିର୍ଦେଶନାମାକୁ ନେଇ ଗତକାଲି ଠାରୁ ଟାଟା ପାଓ୍ବାର କାର୍ଯ୍ୟାଳୟ ସମ୍ମୁଖରେ ସାଉଥକୋ ୟୁଟିଲିଟି ଏକଜିକ୍ୟୁଟିଭ ଏମ୍ପ୍ଲଏଜ ଯଏଣ୍ଟ ଆକ୍ସନ କମିଟି(ଏସ୍‌ଇଇଜେଏସି)ର ଅଧିକାରୀମାନେ ବିରୋଧ କରି ଏକଜୁଟ ହୋଇଥିଲେ ।ସେମାନଙ୍କ କହିବା ମୁତାବକ, ଚାକିରି ସର୍ତ୍ତାବଳୀରେ ପରିବର୍ତ୍ତନ ନ କରିବାକୁ ଓଇଆରସି ନିର୍ଦ୍ଦେଶ ରହିଥିଲା କିନ୍ତୁ ଟାଟା କର୍ତ୍ତୃପକ୍ଷ ଏହାକୁ ଉଲଘଂନ କରିଛନ୍ତି।ଉଲ୍ଲେଖଯୋଗ୍ୟ,ଗତବର୍ଷ ଜାନୁଆରୀ ପହିଲା ରେ ସାଉଥକୋ କୁ ଟାଟା ପାଓ୍ବାର ଅଧିଗ୍ରହଣ ପୂର୍ବରୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ସର୍ତ୍ତାବଳୀ ରଖିଥିଲା ଯେ,କୌଣସି କର୍ମଚାରୀ ବା ଅଧିକାରୀ ଙ୍କ ଚାକିରୀ ସର୍ତ୍ତାବଳୀ ରେ କୈଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ।ଯଦି ପରିବର୍ତ୍ତନ କରାଯାଏ ,ତେବେ ପୂର୍ବାପେକ୍ଷା ତାହା କର୍ମଚାରୀ ଙ୍କ ହିତ ଦୃଷ୍ଟିରେ ରହିବା ଜରୁରୀ। ଯାହା କି ଗତ ୩ ତାରିଖ ର ନିର୍ଦ୍ଦେଶନାମା ରେ ଟାଟା ପାଓ୍ବାର କର୍ତ୍ତୃପକ୍ଷ ଉଲଘଂନ କରି ନୂଆ ନିର୍ଦ୍ଦେଶନାମା ଜାରି କରିଥିଲେ।ଯାହାକୁ ନେଇ ଟାଟା ରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ଥାନୀୟ କୋର୍ଟପେଟା ସ୍ଥିତ ଟାଟା ପାଓ୍ବାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଅନ୍ୟ ପକ୍ଷରେ ଦୀର୍ଘ ୬ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ଟାଟା ପାଓ୍ବାର କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଆଉଟସୋସିଂ କର୍ମଚାରୀ ଙ୍କ ଧାରଣ ଅବ୍ୟାହତ ରହିଛି।

LEAVE A REPLY

Please enter your comment!
Please enter your name here