ବୁଗୁଡା, ୦୮/୦୨/୨୦୨୨: ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମରେ ରାଜନୈତିକ ହିଂସା କାଣ୍ଡକୁ ନେଇ ବୁଗୁଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଖରିଡା ଗ୍ରାମର ଗୋପାଳ ବିଷୋୟୀ ବାଲିପଦର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ଫେବୃଆରୀ ୬ ତାରିଖ ଦିନ ସାଢେ ୧୨ ଟା ସମୟରେ ବାଇକରେ ନିଜ ଗ୍ରାମ ଖରିଡାରୁ ଏକଡାଳ ଗ୍ରାମକୁ ଯାଉଥିବା ବେଳେ ଖରିଡା ଗ୍ରାମର ସପ୍ନେଶ୍ୱରୀ ମନ୍ଦିର ସମ୍ମୁଖରେ ମହୁଲପଲ୍ଲୀ ଗ୍ରାମର ଶ୍ରୀକାନ୍ତ ପାତ୍ର, ଖରିଡା ଗ୍ରାମର ପବିତ୍ର ବିଷୋୟୀ ଓ ଅରଖପୁର ଗ୍ରାମର ଦୁଇଜଣ ତାଙ୍କୁ ଅଟକାଇ ଥିଲେ। ସେହି ଚାରିଜଣ ଗୋପାଳ ବିଷୋୟୀଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ଟଙ୍କା ନାହିଁ ବୋଲି ଗୋପାଳ କହିବା ଯୋଗୁଁ ସେହି ଚାରି ଜଣ ଗୋପାଳକୁ ଆକ୍ରମଣ କରି ରକ୍ତାତ କରିବା ସହ ଗୋପାଳ ଠାରୁ ୨୨୦୦ ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ। ଏନେଇ ଗୋପାଳ ବିଷୋୟୀଙ୍କ ଅଭିଯୋଗ ପରେ ବୁଗୁଡା ଥାନା କେଶ ନଂ ୮୮/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଅର୍ଜୁନ ଙ୍କ ଅଭିଯୋଗ କରିଛନ୍ତିଯେ ସେମାନେ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ଗୋପାଳ ବିଷୋୟୀ ଗାଳିଗୁଲଜ କରି ଅପମାନିତ କରିବା ସହ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ଅର୍ଜୁନଙ୍କ ଅଭିଯୋଗ ପ୍ରକାରେ ବୁଗୁଡା ଥାନା କେଶ ନଂ ୮୯/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଛି। ଏହି ଦୁଇ ମାମଲାରେ କେହି ମଧ୍ୟ ଗିରଫ ହୋଇନଥିବା ବେଳେ ଅନୁସନ୍ଧାନ ଜାରି ରହିଥିବା ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା