ବ୍ରହ୍ମପୁର ଅଗ୍ନିଶମ ବାହିନୀ ପକ୍ଷରୁ ବଡ ମେଡିକାଲରେ ବୈଧାନିକ ପରିଚାଳନା ଜନିତ ଏକ ମକ୍ ଡ୍ରିଲର ଆୟୋଜନ

0
231

ବ୍ରହ୍ମପୁର , ୧୦/୦୨/୨୦୨୨: ସ୍ଥାନୀୟ ଏମକେସିଜି ସୁପର ସ୍ପେଶିଆଲିତି ଆଉଟଡୋର ଠାରେ ସ୍ଥାପିତ ନୂତନ ହାଇଡ୍ରୋଲିକ ଲିଫ୍ଟରେ ଆଜି ବ୍ରହ୍ମପୁର ଅଗ୍ନିଶମ ବାହିନୀ ପକ୍ଷରୁ ବୈଧାନିକ ପରିଚାଳନା ଜନିତ ଏକ ମକ୍ ଡ୍ରିଲର ଆୟୋଜନ ହୋଇଅଛି । ଚରିମହଲା ବିଶିଷ୍ଟ କୋଠାରେ ପରିଚାଳିତ ଚିକିତ୍ସା ଜନିତ ଜରୁରିସେବାରେ ଲିଫ୍ଟର କାର୍ଯ୍ୟ କୁଶଳତା ସହ ୪୨ ମିଟର ହେଡ୍ରୋଲିକ କ୍ଷମତାରେ କାର୍ଯ୍ୟ କରୁଥିବା ସ୍ଵୟଂ ଚାଳିତ ଲିଫ୍ଟରେ ଜରୁରୀକାଳୀନ ରୋଗୀ ଅବତରଣ ଓ ଦୁର୍ବିପାକ ସମୟରେ ରୋଗୀ ଓ ପୀଡ଼ିତଙ୍କୁ ଉଦ୍ଧାର କରାଯିବା ନେଇ କୌଶଳ ପ୍ରଦର୍ଶନ କରାଯିବା ସହିତ ତାଲିମ ଦିଆଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼ ମେଡିକାଲ ଅଗ୍ନିଶମ ବାହିନୀଙ୍କ ସହ ବ୍ରହ୍ମପୁର ସହକାରୀ ଆଗ୍ନିକ ସନ୍ତୋଷ ପାଣିଗ୍ରାହୀଙ୍କ ଅଧିନ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here