ବ୍ରହ୍ମପୁର, ୧୦/୦୨/୨୦୨୨: ବିବାହର ବହୁବର୍ଷ ପରେ ମଧ୍ୟ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନୃଶଂସ ଭାବେ ହତ୍ୟା କରିଥିବା ଏବଂ ପୋଲିସରେ ଧରାପଡିଯିବା ଓ ଲୋକଲଜ୍ୟା ଭୟରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତକୁ ଆଜି ଦିଗପହଣ୍ଡି ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୯ ତାରିଖ ମଧ୍ୟ ରାତ୍ରିରେ ଦିଗପହଣ୍ଡି ଥାନା ଅଧିନ ଚୌତନ୍ୟପୁର ଗ୍ରାମର କୁରା ସେଠୀ(୫୪) ନିଜ ସ୍ତ୍ରୀ ଝୁନୁ ସେଠୀଙ୍କର ଚରିତ୍ରକୁ ସନ୍ଦେହ କରି ଛୁରୀରେ ବାରମ୍ବାର ଭୂଷି ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏ ନେଇ ଦିଗପହଣ୍ଡି ଥାନାରେ ଏକ ମାମଲା ୬୧/ ୨୦୨୨ ରୁଜ୍ଜୁ ହୋଇଥିଲା । ଆଜି ଅଭିଯୁକ୍ତ କୁରା ସେଠୀଙ୍କୁ ଗିରଫ କରାଯାଇ ହତ୍ୟାରେ ବ୍ୟବହୃତ ରକ୍ତ ଲଗା ଛୁରୀକୁ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି।