ବ୍ରହ୍ମପୁର,୧୩/୦୨/୨୦୨୨: ନିର୍ବାଚନୀ ଉଷ୍ମତା ଭିତରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଶାସନ ପରିଚାଳନା ଗତ ବ୍ୟସ୍ତତାରେ ରହୁଥିଲା ବେଳେ ଗଞ୍ଜାମ ଜିଲ୍ଲାରେ ଭୋଟ ହାତେଇବାର ପ୍ରମୁଖ ମାଧ୍ୟମ ଓ ନିଜ ସମର୍ଥକଙ୍କୁ ଆକୃଷ୍ଟ କରାଇବାର ଉପଯୋଗୀ ଉପାଦାନ ମଦ ଯୋଗାଣକୁ ନେଇ ପ୍ରଶାସନର ମୁଣ୍ଡବିନ୍ଧା ହୋଇଅଛି । ମତଦାନ ତାରିଖକୁ ନଜରରେ ରଖି କଟକଣା ଦୃଷ୍ଟିରୁ ପ୍ରାର୍ଥୀଙ୍କ ପକ୍ଷରୁ ବିପୁଳ ପରିମାଣର ମଦ ସମ୍ପ୍ରତି ଗାଁ ,ୱାର୍ଡ ଭିତ୍ତିରେ ମହଜୁଦ ରଖାଯାଇଥିବା ତଥ୍ୟ ଅବକାରୀ ଓ ପୋଲିସ ବିଭାଗରେ ରହୁଥିଲେ ମଧ୍ୟ ବିଭାଗ ନିଜ ଆଢ଼ୁଆଳରେ ମଦକୁ ପ୍ରୋତ୍ସାହିତ କରୁଥିଲେ ମଧ୍ୟ ସ୍ଥାନ ଭିତିକରେ ଲୋକେ ଏହାକୁ ଦୃଢ଼ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା କଳରାପଦର ପଞ୍ଚାୟତର ମାଟିଆବୋରେଇ ଗ୍ରାମରେ ନିର୍ମିତ ହେଉଥିବା ବସୁଧା ଯୋଜନା ଅନ୍ତର୍ଗତ ପାନୀୟ ଜଳ ପ୍ରକଳ୍ପର ପମ୍ପଘରେ ଗ୍ରାମର ନିର୍ଦ୍ଧିଷ୍ଟ ଦଳୀୟ ଗୋଷ୍ଠୀଙ୍କ ଦ୍ୱାରା ବିପୁଳ ପରିମାଣର ମଦ ରଖାଯାଇଥିବା ଏବଂ ଏହି ଗୋଦାମରୁ ଅନ୍ୟତ୍ର ଯୋଗାଣ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଏହା ସହିତ ଗ୍ରାମର ପଚାଶରୁ ଉର୍ଦ୍ଧ୍ବ ମହିଳାଙ୍କ ସହ ଶତାଧିକ ଗ୍ରାମବାସୀ ପମ୍ପଘରେ ମିଳିତ ଭାବରେ ଚାବି ପକାଇ ପାଟପୁର ଥାନା , ସାନଖେମୁଣ୍ଡି ବିଡ଼ିଓ ଏବଂ ତହସିଲଦାରଙ୍କୁ ଅବଗତ କରିଛନ୍ତି । ଖବର ଲେଖା ସମୟ ସନ୍ଧ୍ୟା ସାଢ଼େ ସାତଟା ସୁଦ୍ଧା କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ମଦ ରଖାଯାଇଥିବା ସ୍ଥାନରେ ଗ୍ରାମବାସୀ ଜଗିରହିଛନ୍ତି । ଏ ସମନ୍ଧରେ ଦିଗପହଣ୍ଡି ଅବକାରୀ ସେକ୍ସନ ସହ ଯୋଗାଯୋଗ ପ୍ରକାରେ ସେକ୍ସନ ଅଧିକାରୀ ନିର୍ବାଚନୀ କଟକଣା ଜନିତ ଦୋକାନ ବନ୍ଦ ପ୍ରକ୍ରିୟାରେ ନିୟୋଜିତ ଥିବା ପ୍ରକାଶ କରିଥିବା ସହ ସମୟ ପାଉନଥିବା ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ପ୍ରଶାସନକୁ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲେ ସୁଦ୍ଧା ଘଟଣା ସ୍ତକରେ କୌଣସି ପଦାଧିକାରୀ ପହଞ୍ଚିନଥିବା ଜଣାଯାଇଛି । ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଶନିବାର ମଧ୍ୟାହ୍ନରେ ରଖାଯାଇଥିବା ମଦ ପମ୍ପଘରେ ମହଜୁଦ ଥିବାରୁ ଗ୍ରାମର ସାଲୁ ତ୍ରିନାଥ , ଶଇଳ ଭୂୟାଁ , ସୁବାସି ସ୍ବାଇଁ , ମହାଲକ୍ଷ୍ମୀ ରେଡ୍ଡୀ , ପ୍ରକାଶ ସ୍ବାଇଁ , ଦୂର୍ଯ୍ୟ ରେଡ୍ଡୀ, ଋଷିକେଶ ରେଡ୍ଡୀ , କ୍ରିଷ୍ଣା ପାତ୍ର ,ଅରକ୍ଷିତ ରେଡ୍ଡୀ , ରାମ ସେଠୀ , ହରି ରେଡ୍ଡୀ ପ୍ରମୁଖ ଶତାଧିକ ଗ୍ରାମବାସୀ ପମ୍ପଘର ସମ୍ମୁଖରେ ରାତ୍ରୀଯାପନ ସହ ମହଜୁଦ ମଦକୁ ପୋଲିସରେ ହସ୍ତାନ୍ତର କରିବା ମସୁଧାରେ ଥିବା ପ୍ରକାଶ କରିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ମାଟିଆବୋରେଇ ପମ୍ପଘରେ ନିର୍ବାଚନୀ ମଦ ଗୋଦାମ । ପ୍ରଶାସନ ଓ ପୋଲିସକୁ ଖବର ଦେଇ ଜଗିଛନ୍ତି...